ଓଡିଆନ୍ ନ୍ୟୁଜ

113

ବିଜେଡି ଛାଡ଼ିଲେ ବିଧାୟକ ସୁକାନ୍ତ ନାୟକ

Team Odian News |

ବିଜେଡି ଛାଡ଼ିଲେ ବିଧାୟକ ସୁକାନ୍ତ ନାୟକ
ନୀଳଗିରି ୧୫/୩( ଓଡ଼ିଆନ୍‍ ନ୍ୟୁଜ୍‍): ଜଣେ ପରେ ଜଣେ ନେତା ବିଜେଡି ଛାଡ଼ୁଛନ୍ତି। ଗତକାଲି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ଦଳ ଛାଡ଼ିଥିବା ବେଳେ ଆଜି ନୀଳଗିରି ବିଧାୟକ ଇଂ. ସୁକାନ୍ତ ନାୟକ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି।ସୁକାନ୍ତ ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି, ମୋତେ ନୀଳଗିରି ବିଧାୟକ କରିଥିବାରୁ ମୁଁ ଆପଣଙ୍କ ନିକଟରେ କୃତଜ୍ଞ। କିନ୍ତୁ ମୋ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି।  ମୋତେ ଅଣଦେଖା କରାଯାଇଛି।