ଓଡିଆନ୍ ନ୍ୟୁଜ

180

କେନ୍ଦ୍ରାପଡାରେ ମଦ କୁ ବିରୋଧ, ଜିଲ୍ଲାପାଳଙ୍କୁ ଦାବିପତ୍ର

Team Odian News |

କେନ୍ଦ୍ରାପଡାରେ ମଦ କୁ ବିରୋଧ,  ଜିଲ୍ଲାପାଳଙ୍କୁ ଦାବିପତ୍ର 
କେନ୍ଦ୍ରାପଡା ୧୬/୩(ଓଡ଼ିଆନ୍‍ ନ୍ୟୁଜ୍‍):  ଡେରାବିଶ ବ୍ଲକ  ଅନ୍ତର୍ଗତ ବାରିମୂଳ ପଂଚାୟତର ନାଗେଶ୍ୱରପୁର ଗ୍ରାମ ଛକରେ ପ୍ରସ୍ତାବିତ ମଦ ଦୋକାନ ଖୋଳାଯିବା ବିରୋଧରେ ଶୁକ୍ରବାର ସେହି ପଂଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମର ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର ଶତାଧିକ ମହିଳା ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସେହି ଗ୍ରାମ ଛକରେ ମଦ ଦୋକାନ ଖୋଲାଗଲେ ନିକଟସ୍ଥ ଶିକ୍ଷାନୁଷ୍ଟାନ,ଧର୍ମାନୁଷ୍ଠାନ ସମେତ ଗ୍ରାମୀଣ ପରିବେଶ ସମ୍ପୂର୍ଣ୍ଣ ଭାବରେ ବିପର‌୍ୟ୍ୟସ୍ତ ହୋଇପଡିବ ବୋଲି ମହିଳା ସଂଗଠନର ଶତାଧରକ ମହିଳା ଅଭିଯୋଗ କରିଥିଲେ ।  ଏହି ପ୍ରସ୍ତାବିତ ମଦ ଦୋକାନ ବିରୋଧରେ ଗତ ଫେବୃୟାରୀମ।।ସ ୨୬ତାରିଖରେ ଗ୍ରାମବାସୀ ଓ ବିଭିନ୍ନ ମହିଳା ସଂଗଠନର କର୍ମକର୍ତ୍ତାମାନେ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ସେମାନଙ୍କ ପ୍ରବଳ ବିରୋଧ ସତ୍ତେ୍ୱ ମଧ୍ୟ ସେଠାରେ ଏକ କ୍ୟାବିନରେ ମଦ ବିକ୍ରୀ କରାଯାଉଥିବାରୁ ଏହାକୁ ତୁରନ୍ତ ବନ୍ଦ କରାନଗଲେ ଆଗାମୀ ଦିନରେ ଯଦି କୈାଣସି ଆଇନଶୃଙ୍ଖଳା ପରିସ୍ଥିତି ଉପୁଜେ ସେଥିପାଇଁ ଜିଲ୍ଲା ପ୍ରଶାସନ ଦାଇ ରହିବ ବୋଲି ସେମାନେ ଚେତାବନୀ ଦେଇଥିଲେ । ଏ.ଆଇ.ଏମ.ଏସ.ଏସ.ର ହୀରାମଣି ରାଉତ,ଏଲିନା ସାମନ୍ତରାୟଙ୍କ ନେତୃତ୍ୱରେ କାଳି ବେହେରା, ମୀନତି ବେହେରା, ବାସନ୍ତୀ ବେହେରା, ସବୀତା ବେହେରା, କୈାଶଲ୍ୟା ବେହେରା, ଜାନକୀ ମଳିକ,ଭାଗ୍ୟଲକ୍ଷ୍ମୀ ବେହେରା,କୁସୁମ ବେହେରା,ଚନ୍ଦ୍ରକଳା ବେହେରା ପ୍ରମୁଖ ପ୍ରଶାସନକୁ ଦାବିପତ୍ର ପ୍ରଦାନ କରିଥିଲେ ।