ଓଡିଆନ୍ ନ୍ୟୁଜ

124

୨୦୧୯-୨୦ ବର୍ଷରେ ଶ୍ରୀମନ୍ଦିରର ଆୟ ୧୦୨ କୋଟି

Team Odian News |

୨୦୧୯-୨୦ ବର୍ଷରେ ଶ୍ରୀମନ୍ଦିରର ଆୟ ୧୦୨ କୋଟି 
ପୁରୀ,୧୬ା୩( ଓଡ଼ିଆନ୍‍ ନ୍ୟୁଜ୍‍): ୨୦୧୯-୨୦ ଆର୍ଥିକବର୍ଷ ଲାଗି ଅନୁମୋଦିତ ହୋଇଛି ଶ୍ରୀମନ୍ଦିର ବଜେଟ୍। ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ଥାୟୀ ସଭାପତି ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନୁମୋଦନ ହୋଇଛି ଆୟବ୍ୟୟ ଅଟକଳ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ମହାପାତ୍ର।ସେ କହିଛନ୍ତି, “୨୦୧୯-୨୦ ବର୍ଷରେ ଶ୍ରୀମନ୍ଦିରର ଆୟ ୧୦୨ କୋଟି ହେବା ବୋଲି ଆକଳନ କରାଯାଇଛି। ୭୮ କୋଟି ବ୍ୟୟ ଆକଳନ ହୋଇଥିବାବେଳେ ରଥଯାତ୍ରା ପାଇଁ ୬ କୋଟି ଅନୁମୋଦନ ହୋଇଛି। ବାର୍ଷିକ ଦାନ ଅର୍ଥ ୪ କୋଟିରୁ ବୃଦ୍ଧି କରିବାକୁ ଯୋଜନା ରହିଛି। ସେବକ କଲ୍ୟାଣ ପାଇଁ ବଜେଟରେ ୫ କୋଟି ବ୍ୟୟବରାଦ ହୋଇଛି। କର୍ପସ ପାଣ୍ଠି ୬୫୦କୋଟିରୁ ୭ଶହ କୋଟିକୁ ବୃଦ୍ଧି କରିବାକୁ ଚେଷ୍ଟା କରାଯାଉଛି। ଗଜପତିଙ୍କ ବାର୍ଷିକ ପାରିତୋଷିକ ୬ରୁ ୧୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।”