ଓଡିଆନ୍ ନ୍ୟୁଜ

199

ନ୍ୟୁଜିଲାଣ୍ଡ ମସଜିଦରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଆଖିବୁଜା ଗୁଳି ଚାଳନା,ମୃତ୍ୟୁ ସଂଙ୍ଖ୍ୟା 49କୁ ବୃଦ୍ଧି

Team Odian News |

ନ୍ୟୁଜିଲାଣ୍ଡ ମସଜିଦରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଆଖିବୁଜା ଗୁଳି ଚାଳନା,ମୃତ୍ୟୁ ସଂଙ୍ଖ୍ୟା 49କୁ ବୃଦ୍ଧି
ନ୍ୟୁଜିଲାଣ୍ଡ,୧୬ା୩(ANI): ନ୍ୟୁଜିଲାଣ୍ଡର ଦୁଇଟିମ ସଜିଦରେ ଆଜି ଅଜ୍ଞାତ ବନ୍ଧୁକଧାରୀମାନେ ଆଖିବୁଜା ଗୁଳି ଚାଳନା କରିବା ଫଳରେ ମୃତ୍ୟୁ ସଂଖ୍ୟା  49କୁ ବୃଦ୍ଧି ପାଇଛି ।ଏହି ଗୁଳିକାଣ୍ଡରେ 20 ଜଣଆହତ ହୋଇଛନ୍ତି ।ରିପୋର୍ଟ ଅନୁସାରେ ବନ୍ଧୁକଧାରୀମାନେ ସେଣ୍ଟ୍ରାଲ୍ କାଏଷ୍ଟଚର୍ଚ୍ଚ ସ୍ଥିତ  ଅଲ୍ ନୂର ମସଜିଦରେ ବର୍ତ୍ତମାନ ମଧ୍ୟ ଗୁଳି ଚାଳନା ଜାରି ରଖିଛନ୍ତି ।ମିଳିଥିବା ଖବର ଅନୁଯାୟୀ ବାଙ୍ଗଲାଦେଶର କ୍ରିକେଟ ଟିମର ସଦସ୍ୟମାନେ ଗୁଲିକାଣ୍ଡବେଳେମସଜିଦରେ ଊପସ୍ଥିତ ଥିଲେ ।କିନ୍ତୁ ସମସ୍ତ ଖେଳାଳୀ ସୁରକ୍ଷିତଭାବେ ମସଜିଦ ବାହାରକୁ ଚାଲି ଆସିଛନ୍ତି ।ପୋଲିସ ଘଟଣାସ୍ଥଳରେ ପଂହଚି ଜଣେ ଆତତାୟୀ ଙ୍କୁ ଗିରଫ କରିବାରେ ସଫଳ ହୋଇଛି । କୁହାଯାଊଛି ଆକ୍ରମଣକାରୀମାନେ କଳା ଡ୍ରେସ ପିନ୍ଧିଥିବାବେଳେ ମୁଣ୍ଡରେସମସ୍ତେ ହେଲମେଟ ପିନ୍ଧିଥିଲେ ।ଆତତାୟୀମାନେ ପ୍ରଥମେ ଅଲ ନୂର ମସଜିଦରେ ଗୁଲି ଚାଳନା କରିବା ପରେ ଅନ୍ୟ ଏକ ମସଜିଦକୁ ଯାଇ ସେଠାରେ ମଦ୍ୟ ଗୁଳି ଚାଳନା କରିଥିଲେ । ବର୍ତ୍ତମାନ ମିଳିଥିବା ସୂଚନା ଅନୁଯାୟୀ ନ୍ୟୁଜିଲାଣ୍ଡ ପୋଲିସ ମସଜିଦକୁ ସଂପୂର୍ଣ୍ଣ ରୂପେ ଘେରି ରଖିବା ସହ ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।ମିଳିଥିବା ସୂଚନା ଅନୁଯାୟୀ ଏହି ଘଟଣାରେ ଜଣକୁ ଗିରଫ କରାଯାଇଛି । ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଆକ୍ରମଣକାରୀମାନେ ଏକ କାର ଭିତରେ ଥିଲେ ।ପ୍ରାୟ 4,5 ଜଣଙ୍କୁ ସେ ଦେଖିବା ସଂପୃକ୍ତ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।