ଓଡିଆନ୍ ନ୍ୟୁଜ

111

ସାତ ପିପୁଲ ଲିବରେସନ ଫ୍ରଣ୍ଟ ଅଫ୍‌ ଇଣ୍ଡିଆର ସଦସ୍ୟ ଗିରଫ,ପୁଲିସ ମହାନିର୍ଦେଶକ

Team Odian News |

ସାତ ପିପୁଲ ଲିବରେସନ ଫ୍ରଣ୍ଟ ଅଫ୍‌ ଇଣ୍ଡିଆର ସଦସ୍ୟ ଗିରଫ,ପୁଲିସ ମହାନିର୍ଦେଶକ  
ଭୁବନେଶ୍ୱର୧/୧୦(ଓଡ଼ିଆନ୍‍ ନ୍ୟୁଜ୍‍): ଗୁଇନ୍ଦା ସୂଚନା ଆଧାରରେ ସୁନ୍ଦରଗଡ ବୀରମିତ୍ରପୁର ପୁଲିସ କୁନ୍ଦବାହାଲ ଜଙ୍ଗଲରେ ଗତ ୨୯ ତାରିଖ ରାତିରେ ଯାଞ୍ଚ କରୁଥିବା ବେଳେ ପିଏଲ୍‌ଏଫ୍‌ଆଇ(ପିପୁଲ ଲିବରେସନ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ)ର ଏକ କ୍ୟାମ୍ପ ଠାବ କରାଯାଇଥିଲା । ହଠାତ୍‌ ପୁଲିସକୁ ଦେଖ ପିଏଲ୍‌ଏଫଆଇର ସଦସ୍ୟମାନେ କ୍ୟାମ୍ପ ଛାଡି ଦୌଡି ପଳାଇଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଘଟଣାସ୍ଥଳରେ ପୁଲିସ କାବୁ କରି ନେଇଥିଲା । ପରେ ସେମାନଙ୍କୁ ପଚରାଉଚରା କରିବା ସହିତ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଆଉ ୩ ଜଣଙ୍କୁ ଗିରଫ କରାଯାଇଥିଲା ବୋଲି ପୁଲିସ ମହାନିର୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗିରଫ ହୋଇଥିବା ୭ ଜଣଙ୍କ ମଧ୍ୟରୁ ଜଣେ ଆସାମର ଜୋନାଲ୍‌ କ୍ୟାଡର ସଦସ୍ୟ ବୋଲି ଜଣାପଡିଛି । ଜଣେ ଏରିଆ କମାଣ୍ଡର । ୫ ଜଣଙ୍କ ମଧ୍ୟରୁ ୩ ଜଣ ଝାଡଖଣ୍ଡର ହୋଇଥିବା ବେଳେ ୨ ଜଣ ସୁନ୍ଦରଗଡର ବୋଲି ଜଣାପଡିଛି । ସେମାନେ ଛାଡି ପଳାଇଥିବା ସେମାନଙ୍କର ସାମଗ୍ରୀ ସହିତ ପୁଲିସକୁ ୬ଟ ବନ୍ଧୁକ, ଗୋଟିଏ କାର୍ବାଇନ୍‌ , ୨ଟି ୯ଏମ୍‌ଏମ୍‌ ପିସ୍ତଲ, ୩ଟି ଡବଲ୍‌ ବୋର୍‌ ବନ୍ଧୁକ ୫୭ଟି ଅଫୁଟା ଗୁଳି ଜବତ କରାଯାଇଛି । ଗିରଫ ହୋଇଥିବା ପିଏଲ୍‌ଏଫଆଇ ସଦସ୍ୟଙ୍କୁ ରିମାଣ୍ଡରେ ଅଣାଯାଇ ପଚରାଉଚରା କରାଯିବ । ଆଉ ଅଧିକ ସଦସ୍ୟଙ୍କୁ ଗିରଫ କରାଯାଇପାରେ ବୋଲି ପୁଲିସ ମହାନିର୍ଦେଶକ ଡାକ୍ତର ଶର୍ମା କହିଛନ୍ତି ।