ଓଡିଆନ୍ ନ୍ୟୁଜ

187

କଂଗ୍ରେସ ଛାଡ଼ିଲେ ସାଲେପୁର ବିଧାୟକ ପ୍ରକାଶ ବେହେରା

Team Odian News |

କଂଗ୍ରେସ ଛାଡ଼ିଲେ ସାଲେପୁର ବିଧାୟକ ପ୍ରକାଶ ବେହେରା
ସାଲେପୁର୧୬ା୩( ଓଡ଼ିଆନ୍‍ ନ୍ୟୁଜ୍‍) : କଂଗ୍ରେସ ଛାଡ଼ିଲେ ଆଉ ଜଣେ ବିଧାୟକ। ସାଲେପୁର ବିଧାୟକ ପ୍ରକାଶ ବେହେରା ଆଜି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।  ଆଜି ସେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି।
ଏଥିରେ ସେ ଦର୍ଶାଇଛନ୍ତି, ଦଳରେ ତାଙ୍କୁ ବାରମ୍ବାର ଅଣଦେଖା କରାଯାଇଛି।  କଟକ ଜିଲ୍ଲା କଂଗ୍ରେସ ସଭାପତି ପଦରୁ ତାଙ୍କୁ ହଟାଯିବା ସହ ଦଳୀୟ ନେତୃତ୍ୱ ତାଙ୍କୁ ବାରମ୍ବାର ଅପମାନିତ କରିଛନ୍ତି। ଏ ନେଇ ସେ ପିସିସି ସଭାପତିଙ୍କୁ ଜଣାଇଥିଲେ ହେଁ ତାଙ୍କର ଅଭିଯୋଗ ଉପରେ ବିଚାର କରାଯାଇ ନ ଥିବା ପ୍ରକାଶ ଉଲ୍ଲେଖ କରିଛନ୍ତିବିଗତ ୨୦ ବର୍ଷ ଧରି ସେ କଂଗ୍ରେସ ଦଳ ସହ କାମ କରି ଆସୁଛନ୍ତି। ହେଲେ କଂଗ୍ରେସ ତାଙ୍କୁ ଅବହେଳା କରିଥିବା ସେ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି। ଦଳ ଛାଡିବାରେ ପ୍ରକାଶ ହେଉଛନ୍ତି ଚତୁର୍ଥ କଂଗ୍ରେସ ବିଧାୟକ। ପୂର୍ବରୁ ନବକିଶୋର ଦାସ, ଯୋଗେଶ ସିଂ ଓ କୃଷ୍ଣଚନ୍ଦ୍ର ସଗରିଆ କଂଗ୍ରେସ ଛାଡିଥିଲେ।