ଓଡିଆନ୍ ନ୍ୟୁଜ

171

ମୁସଲମାନ ପ୍ରାର୍ଥୀ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

Team Odian News |

ମୁସଲମାନ ପ୍ରାର୍ଥୀ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
କେନ୍ଦ୍ରାପଡା, ୧୬ା୩( ଓଡ଼ିଆନ୍‍ ନ୍ୟୁଜ୍‍) : ଓଡିଶା ମୁସଲିମ ରିଜର୍ଭଭେସନ ମୁଭମେଂଟ ପକ୍ଷରୁ ରାଜ୍ୟର ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜେଡି  ପକ୍ଷରୁ ମୁସଲମାନ ସଂପ୍ରଦାୟର ପ୍ରାର୍ଥୀ ଦେବାକୁ ମୁଭମେଂଟ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଛି । ଓଡିଶା ମୁସଲିମ ରିଜର୍ଭଭେସନ ମୁଭମେଂଟର ରାଜ୍ୟ ସଭାପତି ଡା.ସଲିମଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଗୁରୁବାର ନବିନନିବାସରେ ଭେଟି ରାଜ୍ୟର ମୁସଲମାନ ମାନଙ୍କୁ ବିଧାନସଭା ଓ ଲୋକସଭାରେ ୧୦ ପ୍ରତିଶତ ପ୍ରତିନିଧିତ୍ୱ ପ୍ରଦାନ କରାଯିବାକୁ ଏହି ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି । ରାଜ୍ୟ ବିଧାନସଭା ଓ ଲୋକସଭାରେ ପ୍ରାର୍ଥୀ ଦିଆଯାଉନଥିବାରୁ ରାଜ୍ୟରେ ମୁସଲମାନମାନଙ୍କ ପ୍ରତିନିଧିତ୍ୱ ନହେଉଥିବାରୁ  ସେମାନଙ୍କ ସମସ୍ୟାର ସମାଧାନ ମଧ୍ୟ ହୋଇପାରୁନାହିଁ ବୋଲି ସେମାନେ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ । ବହୁଦିନ ଧରି ରାଜ୍ୟରେ ମୁସଲମାନଙ୍କ ନିମନ୍ତେ ସ୍ଥାନ ସଂରକ୍ଷଣ ପାଇଁ ଦାବି ହୋଇ ଆସୁଛି ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି ପ୍ରଦାନ ପରେବି ତାହା ଅଦ୍ୟାବଧି ପୁରଣ ହୋଇନାହିଁ । ତେଣୁ ଓଡିଶା ମୁସଲିମ ରିଜର୍ଭଭେସନ ମୁଭମେଂଟର ସଭାପତି ଡା.ସଲିମ ଓ ଓଡିଶା ନଜୱାନ ୟୁନିୟନର ସଭାପତି  ମୀର ଅହମ୍ମଦ ଅମୀରଙ୍କ ନେତୃତ୍ୱରେ କେନ୍ଦ୍ରାପଡା,ପାଟକୁରା,ଡେରାବିଶି, ଆଳି, କଟକ, ମାହାଙ୍ଗା, ଟାଙ୍ଗି, ଜଗତସିଂହପୁର ପ୍ରଭୃତି ଅଚଂଳରୁ ଏକ ପ୍ରତିନିଧିମଣ୍ଡଳିରେ  ସେକ ଆସ୍ଲାମ, ସେକ ସଲ୍ଲାଉଦ୍ଦିନ, କଲିମ ଖାନ, ଅବରାର ଖାନ, ଆଝାରୁଦ୍ଦିନ ଖାନ, ସେକ ସାରୁ, ନୱାଜ ଖାନ, ଏନାମୁଲ ହକ, ଅକମଲ ଅଲ୍ଲୀ, ସେକ ମୁଜାହିଦ୍ଦିନ, ହାପି ସେଖ, ସେକ ମୋତିନ, ମୀର ଉମର ଅଲ୍ଲୀ, ଆଇନଜିବୀ ସେକ ଆସଫାକ ଅଲ୍ଲୀ, ସେକ ତାମିଜ, ହାଫିଜ ରୋସନ, ହାଫିଜ ଦିଲଦାର ପ୍ରମୁଖ  ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଚଳିତ ସାଧାରଣ ନିର୍ବାଚନରେ ବିଧାନସଭା ଆସନରେ ୧୫ଜଣ ଓ ଲୋକସଭା ଆସନରେ ୨ଜଣ ମୁସଲମାନ ପ୍ରାର୍ଥୀ ବିଜେଡି ପକ୍ଷରୁ ଦେବାକୁ ଦାବିପତ୍ର ପ୍ରଦାନ କରିଥିଲେ ।  ସେମାନଙ୍କ ଦାବିକୁ ସୁ ବିଚାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରତିଶୃତି ଦେଇଥିବା ସେମାନେ ସୂଚନା ଦେଇଛନ୍ତି । ସେମାନଙ୍କ ଏହି ଦାବିକୁ ପୁରଣ କରାନଗଲେ ମୁସଲମାନ ସଂପ୍ରଦାୟ ଚଳିତ ନିର୍ବାଚନରେ ଭୋଟ ବର୍ଜନ ଭଳି ନିଷ୍ପତି ନେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ବୋଲି ଏହି ପ୍ରତିନିଧିମଣ୍ଡଳିର ସଦସ୍ୟମାନେ ଗଣମାଧ୍ୟମକୁ କହିଛନ୍ତି ।