ଓଡିଆନ୍ ନ୍ୟୁଜ

183

ନିଖିଳ ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ଦାବି,ପାଟକୁରାରେ ଅଶୋକ ତ୍ରିପାଠୀଙ୍କୁ ପ୍ରାର୍ଥୀ ।

Team Odian News |

ନିଖିଳ ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ଦାବି,ପାଟକୁରାରେ ଅଶୋକ ତ୍ରିପାଠୀଙ୍କୁ ପ୍ରାର୍ଥୀ   । 
ରାଜକନିକା,୧୮ା୩( ଓଡ଼ିଆନ୍‍ ନ୍ୟୁଜ୍‍):: ରାଜକନିକା ଠାରେ ନିର୍ମାଣ ଶ୍ରମିକ ମାନଙ୍କର ଏକ ବିରାଟ ସଭା ସଭାପତି ମହେଶ୍ୱର ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି  । ଏହି ସଭାରେ ଭଦ୍ରକ, ଯାଜପୁର, ଜଗତସିଂହପୁର, କଟକ ଏବଂ କେନ୍ଦ୍ରାପଡ଼ା ଜିଲାର ଶତାଧିକ ଶ୍ରମିକ ମାନେ ଉପସ୍ଥିତ ହୋଇଥିଲେ  । ନିର୍ମାଣ ଶ୍ରମିକ ମାନଙ୍କ ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା  ।  ମୁଖ୍ୟତଃ ସାମ୍ପ୍ରତିକ ନିର୍ବାଚନରେ ସଂଘର ପ୍ରତିଷ୍ଠାତା ତଥା ରାଜ୍ୟ ସାଧାରଣ ସଂପାଦକ ଅଶୋକ କୁମାର ତ୍ରିପାଠୀଙ୍କୁ ବିଜେପି ପକ୍ଷରୁ ପାଟକୁରା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ କରିବା ପାଇଁ ଦାବି କରିଥିଲେ  । ଶ୍ରମିକ ନେତା ଶ୍ରୀତ୍ରିପାଠୀ ଦୀର୍ଘଦିନ ଧରି ନିର୍ମାଣ ଶ୍ରମିକ ମାନଙ୍କର ସୁଖ ଦୁଃଖର ସାଥୀ ହୋଇଛନ୍ତି  । ତାଙ୍କୁ ପାଟକୁରା ଆସନରୁ ପ୍ରାର୍ଥୀ କରିବା ପାଇଁ ରାଜ୍ୟ ସଂପାଦକ ବସନ୍ତ ପଣ୍ଡା, ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଅନୁରୋଧ ଜଣାଇଛନ୍ତି  । ଶ୍ରୀତ୍ରିପାଠୀ ପ୍ରାର୍ଥୀ ହେଲେ ସାରା ରାଜ୍ୟରୁ ଶ୍ରମିକ ମାନଙ୍କର ଦୁଇ ପ୍ରତିଶତ ଭୋଟ ବିଜେପି ସପକ୍ଷରେ ମତଦାନ ହେବା ନେଇ ସଭାପତି ଶ୍ରୀନାୟକ କହିଛନ୍ତି  । ଏହି ସମାବେଶରେ ସଂପାଦକ ମୂରଲୀଧର ବେହେରା, ସହ ସଂପାଦକ ପ୍ରଫୁଲ୍ଲ ସାମଲ, ଉଦୟ ନାଥ ବେହେରା, ଶରତ ଜେନା, ଅକ୍ଷୟ କୁମାର ମାଝୀ, ଶତୃଘନ୍ନ ସାମଲ, ସୁରେଶ ଚନ୍ଦ୍ର ସାହୁ, ନିରଞ୍ଜନ ବେହୁରା, ଜୟୀରାମ ସୂତାର ଏବଂ ଅଜାମ୍ବିଳ ନାୟକ ପ୍ରମୁଖ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ  ।