ଓଡିଆନ୍ ନ୍ୟୁଜ

114

ପାଣି ନମିଳିଲେ ଭୋଟ ବର୍ଜନ ନିଷ୍ପିତି ।

Team Odian News |

ପାଣି ନମିଳିଲେ ଭୋଟ ବର୍ଜନ ନିଷ୍ପିତି  ।
ରାଜକନିକା,୨୮ା୩( ଓଡ଼ିଆନ୍‍ ନ୍ୟୁଜ୍‍): ରାଜକନିକା ବ୍ଲକ୍‍  ଅନ୍ତର୍ଗତ ପାରିନୂଆପଡ଼ା-ହାବଳଗଣ୍ଡ ପଞ୍ଚାୟତର କଇଥାପାଳ ଗ୍ରାମର ୱାଡ଼ ନମ୍ବର ୨ ଏବଂ ୱାଡ଼ ନମ୍ବର ୭ର ଗ୍ରାମବାସୀ ମାନେ ଆସନ୍ତା ସାଧାରଣ ନିର୍ବାଚନରେ ପିଇବା ପାଣିର ସୁବିଧା ନହେଲେ ଭୋଟ ବର୍ଜନ ଭଳି ଚରମ ନିଷ୍ପତି ଗ୍ରହଣ କରିଛନ୍ତି  । ଏହି ଦୁଇଟି ୱାଡ଼ର ୩୦ରୁ ଅଧିକ ପରିବାର ଉଜାଙ୍ଗ ଅଣ୍ଟା ପଡ଼ିଆ ଠାରେ ବସବାସ କରୁଛନ୍ତି  । ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଭଳି ମୌଳିକ ଦିଗ ପ୍ରତି ସ୍ଥାନୀୟ ପ୍ରଶାସନ ଅଣଦେଖା କାରଣରୁ ଅସନ୍ତୋଷ ଦେଖାଦେଇଛି  । ଏଠାରେ ବସବାସ କରୁଥିବା ଦଳିତ ଶ୍ରେଣୀର ପରିବାରଙ୍କ ପ୍ରତି ପ୍ରଶାସନର ନିଘା ପଡ଼ିପାରୁ ନାହିଁ  । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା  ହେଉଛି ଠାରେ ଏତେ ସଂଖ୍ୟକ ଲୋକଙ୍କ ପାଇଁ ଅତୀତରେ ଦୁଇଟି ନଳକୂପ ରହିଥିଲେ ମଧ୍ୟ ସେଥିରୁ ମୁନ୍ଦାଏ ପାଣି ବାହାରୁ ନାହିଁ  । ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ସଲାସୁତୁରାରେ ନିର୍ମାଣ ହେଉଥିବା ନଳକୂପ ଅଳ୍ପଦିନ ମଧ୍ୟରେ ଅଚଳ ହୋଇପଡ଼ୁଛି  । ଏହି ଗ୍ରାମରେ ନିର୍ମିତ ଏକ ନୂଆ ନଳକୂପ କୌଣସି କାମରେ ଲାଗିପାରୁ ନାହିଁ  । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ନିର୍ମିତ ହୋଇଥିବା ନଳକୂପ ଏବେ ଅଲୋଡ଼ା ହୋଇ ପଡ଼ିରହିଛି  । ଦୀର୍ଘ ସମୟ ଧରି ନଳକୂପରେ ପାଣି ଟୋପାଏ ପାଇଁ ମହିଳାମାନେ ଲାଗିପଡ଼ୁଥିଲେ ମଧ୍ୟ ଟୋପାଏ ପାଣି ବାହାରି ପାରୁନାହିଁ  । ଏହି କାରଣରୁ ମହିଳାମାନେ ନାହିଁ ନଥିବା ହିନସ୍ତା ଭୋଗ କରୁଛନ୍ତି  । ଖରାଦିନ ଆରମ୍ଭରୁ ଗରା ମାଠିଆ ଧରି ମହିଳାମାନେ ସକାଳୁ ସକାଳୁ ପାଣି ସଂଗ୍ରହ କରିବା ପାଇଁ ମାଇଲ ମାଇଲ ଦୂରକୁ ଯାଉଛନ୍ତି  ।  ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅବଗତ ପରେ ମଧ୍ୟ ପାଣି ଟୋପାଏ ମିଳୁପାରି ନାହିଁ  । ଏହି କାରଣରୁ ଗ୍ରାମବାସୀମାନେ ଆସନ୍ତା ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି  । ପୂର୍ଣ୍ଣିମା ଜେନା, ମଞ୍ଜୁଲତା ଜେନା, ସୁଲୋଚନା ଜେନା, ଟିକି ଜେନା, ପ୍ରମିଳା ସେଠୀ ଏବଂ ଚୁମୁକି ସେଠୀ ପ୍ରମୁଖ ଜିଲାପାଳଙ୍କୁ ତୁରନ୍ତ ସୁବିଧାରେ ପାଣି ମିଳିବା ନେଇ ଗୁହାରି କରିଛନ୍ତି  । ପାଣି ନମିଳିଲେ ଭୋଟ ବର୍ଜନର ଚରମ ନିଷ୍ପତି ନେବା ପାଇଁ ଚେତାବନୀ ଦେଇଛନ୍ତି  ।