ଓଡିଆନ୍ ନ୍ୟୁଜ

104

ନାଗେଶ୍ୱରପୁର ମଦ ଦୋକାନ ବନ୍ଦ ଦାବିରେ ରାସ୍ତାରୋକ

Team Odian News |

ନାଗେଶ୍ୱରପୁର ମଦ ଦୋକାନ ବନ୍ଦ ଦାବିରେ ରାସ୍ତାରୋକ
କେନ୍ଦ୍ରାପଡା,୨୮/୩( ଓଡ଼ିଆନ୍‍ ନ୍ୟୁଜ୍‍)- ଡେରାବିଶ ବ୍ଲକ ଅନ୍ତର୍ଗତ   ବାରିମୂଳ ପଂଚାୟତର ନାଗେଶ୍ୱରପୁର ଗ୍ରାମ ଛକରେ ଥିବା ମଦ ଦୋକାନକୁ ବନ୍ଦ କରିବା ଦାବିରେ ବୁଧବାର ପୂର୍ବାହ୍ନ ପ୍ରାୟ ୯ଟାରୁ ୧୨ଟା ପର୍ଯ୍ୟନ୍ତ କଟକ - ଚାନ୍ଦବାଲି ରାସ୍ତା ତିନିମୁହାଣି ଛକରେ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠିର ଶତାଧିକ ମହିଳା ରାସ୍ତା ଉପରେ ବସିରହି ରାସ୍ତା ରୋକ କରିଥିଲେ । ଫଳରେ ରାସ୍ତାର ଉଭୟ ପଟରେ ଶହ ଶହ ଗାଡି ଅଟକି ରହିଥିଲା । ସେମାନଙ୍କର ଦାବି ହେଉଛି ସେହି ମଦ ଦୋକାନର ଅନତି ଦ୍ୱରରେ କେନ୍ଦ୍ରୀୟ ବିଦ୍ୟାଳୟ,ବାରିମୂଳ ହାଇସ୍କୁଲ,ପଂଚାୟତ କାର୍ଯ୍ୟାଳୟ ଓ ମନ୍ଦିର ପ୍ରଭୃତି ଥିବାରୁ ସେହି ସ୍ଥାନରେ ଥିବା ମଦ ଦୋକାନ ଟିକୁ ବନ୍ଦ କରିବା ନିମନ୍ତେ ପୂର୍ବରୁ ଗ୍ରାମବାସୀଙ୍କ ସମେତ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠିର ଶତାଧିକ ମହିଳା ବାରମ୍ବାର ଅବକାରୀ ବିଭାଗ, ଉପ ଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ଗୁହାରୀ କରିଥିଲେ ମଧ୍ୟ ଅଦ୍ୟାବଧି ସେହି ମଦ ଦୋକାନକୁ ବନ୍ଦ କରାଗଲା ନାହିଁ । ତେଣୁ ସେମାନେ ମଦ ଦୋକାନ ବନ୍ଦ କରିବା ପାଇଁ ବାଧ୍ୟ ହୋଇ ରାସ୍ତା ରୋକ ଭଳି ନିଷ୍ପତି ନେଲେ । ଖବରପାଇ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ଉପଜିଲ୍ଲାପାଳଙ୍କୁ ଜଣାଇବାରେ ଉପଜିଲ୍ଲାପାଳ ସଞ୍ଜୟ ମିଶ୍ର ସେଠାରେ ପହଁଚି ନିର୍ବାଚନ ପରେ ସେହି ମଦ ଦୋକାନକୁ ବନ୍ଦ କରିବାକୁ ପ୍ରତିଶୃତି ଦେବାରୁ ରାସ୍ତା ରୋକ ହଟିଥିଲା  । ଏଥି ସହିତ ସେପର୍ଯ୍ୟନ୍ତ ଯଦି କୈାଣସି ମଦ୍ୟପ ସେଠାରେ ମଦ ଖାଇ ବିଶୃଙ୍ଖଳା ସୃଷ୍ଟି କରନ୍ତି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ । ହୀରାମଣୀ ରାଉତ, ରଞ୍ଜିତା ବାରିକ, ସଶ୍ମିତା  ବେହେରା, ପିଙ୍କି ମଳିକ, ରଞ୍ଜିତା ମଳିକ, ଲତା ବେହେରା, ବିଦ୍ୟୁତପ୍ରଭା ପ୍ରଧାନ ପ୍ରମୁଖ ଶତାଧିକ ନହିଳା ରାସ୍ତା ରୋକରେ ସାମିଲ ହୋଇଥିଲେ ।