ଓଡିଆନ୍ ନ୍ୟୁଜ

136

ବଢ଼ିଲା ରନ୍ଧନ ଗ୍ୟାସ୍‌ ଦର, ରିହାତି ସିଲିଣ୍ଡର ପିଛା ୧ଟଙ୍କା ୫୦ ପଇସା ବୃଦ୍ଧି

Team Odian News |

ବଢ଼ିଲା ରନ୍ଧନ ଗ୍ୟାସ୍‌ ଦର
ରିହାତି  ସିଲିଣ୍ଡର ପିଛା ୧ଟଙ୍କା ୫୦ ପଇସା ବୃଦ୍ଧି 

ନୂଆଦିଲ୍ଲୀ୧/୧୦(ଓଡ଼ିଆନ୍‍ ନ୍ୟୁଜ୍‍):: ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ରବିବାର ଉଭୟ ରିହାତି  ଏବଂ ଅଣ-ରିହାତି  ଏଲ୍‌ପିଜି ସିଲିଣ୍ଡର ମୂଲ୍ୟରେ ବୃଦ୍ଧି ଘଟାଇଛନ୍ତି । ଚଳିତ ଆର୍ଥିକବର୍ଷ ସୁଦ୍ଧା ସମସ୍ତ ରିଆତି ଉଚ୍ଛେଦ କରିବା ଲକ୍ଷ୍ୟ ନେଇ ପ୍ରତ୍ୟେକ ମାସରେ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟରେ ବୃଦ୍ଧି ଘଟାଇବା ଉପରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଆଧାରରେ ଏହି ଦର ବୃଦ୍ଧି କରାଯାଇଛି । ଏହା ଫଳରେ ଉଭୟ ରିଆତିରିହାତି  ଏବଂ ଅଣ-ରିହାତି  ସିଲିଣ୍ଡର ପିଛା (୧୪.୨କେଜି) ମୂଲ୍ୟରେ ୧ଟଙ୍କା ୫୦ ପଇସା ବୃଦ୍ଧି ଘଟିଛି । ଅନ୍ୟ ପକ୍ଷରେ ବିମାନ ଟର୍ବାଇନ୍‌ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ଅଧିକ ମହଙ୍ଗା ହୋଇଛି । ଏଲ୍‌ପିଜି ଦରରେ ବୃଦ୍ଧି ଫଳରେ ରାଜଧାନୀ ଦିଲ୍ଲୀରେ ରିହାତି  ଏଲ୍‌ପିଜି ସିଲିଣ୍ଡର ପିଛା (୧୪.୨କେଜି) ମୂଲ୍ୟରେ ୧ ଟଙ୍କା ୫୦ ପଇସା ବୃଦ୍ଧି ଘଟି ୪୮୮ ଟଙ୍କା ୬୮ ପଇସାରେ ପହଞ୍ôଚଛି । ପୂର୍ବରୁ ଏହା ସିଲିଣ୍ଡର ପିଛା ୪୮୭ ଟଙ୍କା ୧୮ ପଇସା ରହିଥିଲା । ସେପ୍ଟେମ୍ବର ପହିଲାରେ ଏଲ୍‌ପିଜି ସିଲିଣ୍ଡର ପିଛା ଦର ୭ଟଙ୍କା ବୃଦ୍ଧି କରାଯାଇଥିଲା । ଗତବର୍ଷ ଜୁଲାଇଠାରୁ ମାସିକ ଏଲ୍‌ପିଜି ମୂଲ୍ୟରେ ୨ ଟଙ୍କା କରି ବୃଦ୍ଧି ଘଟାଇବା ନିଷ୍ପତ୍ତି ନିଆଯିବାଠାରୁ ରିହାତି  ମୂଲ୍ୟରେ ଯୋଗାଇ ଦିଆଯାଉଥିବା ଏଲ୍‌ପିଜି ସିଲିଣ୍ଡର ମୂଲ୍ୟରେ ୬୯ ଟଙ୍କା ୫୦ ପଇସା ବୃଦ୍ଧି ଘଟିଛି । ୨୦୧୬ ଜୁନ୍‌ରେ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ୪୧୯ ଟଙ୍କା ୧୮ ପଇସା ରହିଥିଲା । ସେହିଭଳି ଆଜି ଅଣ ରିହାତି  ସିଲିଣ୍ଡର ପିଛା ମୂଲ୍ୟରେ ୧ଟଙ୍କା ୫୦ ପଇସା ବୃଦ୍ଧି ଘଟି ୫୯୯ ଟଙ୍କା ହୋଇଛି । ଶେଷ ଥର ସେପ୍ଟେମ୍ବର ପହିଲାରେ ହୋଇଥିବା ଦର ସମୀକ୍ଷାରେ ଅଣ -ରିହାତି  ସିଲିଣ୍ଡର ପିଛା ମୂଲ୍ୟରେ ୭୩ ଟଙ୍କା ୫୦ ପଇସା ବୃଦ୍ଧି କରାଯାଇଥିଲା । ଏସବୁବ୍ୟତୀତ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଶୁକ୍ରବାର ବିମାନ ଟର୍ବାଇନ୍‌ ଇନ୍ଧନ(ଏଟିଏଫ୍‌) ମୂଲ୍ୟରେ କିଲୋଲିଟର ପିଛା ୬% ବୃଦ୍ଧି ଘଟାଇଛନ୍ତି । ଫଳରେ ଏଟିଏଫ୍‌ ମୂଲ୍ୟରେ କିଲୋଲିଟର ପିଛା ୩,୦୨୫ ଟଙ୍କା ବୃଦ୍ଧିି ଘଟି ୫୩,୦୪୫ ଟଙ୍କା ହୋଇଛି । ପୂର୍ବରୁ ଏହା କିଲୋଲିଟର ପିଛା ୫୦,୦୨୦ ଟଙ୍କା ରହିଥିଲା ।