ଓଡିଆନ୍ ନ୍ୟୁଜ

101

ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ରଘୁନାଥ ମହାନ୍ତିଙ୍କ ଇସ୍ତଫା

Team Odian News |

ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ରଘୁନାଥ ମହାନ୍ତିଙ୍କ ଇସ୍ତଫା
ଭୁବନେଶ୍ୱର,୩୦/୩( ଓଡ଼ିଆନ୍‍ ନ୍ୟୁଜ୍‍): ବିଜେଡିର ବାକି ଥିବା ୩ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଚୟନ ନେଇ ଚାଲିଛି କସରତ। ବିଜେଡି ସୁପ୍ରିମୋ, ସାଂସଦ, ବିଧାୟକ ଓ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା ଚଳାଇଛନ୍ତି।

ଅନ୍ୟପଟେ ଆଜି ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ରଘୁନାଥ ମହାନ୍ତି ଇସ୍ତଫା ଦେଇଛନ୍ତି। ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ତେବେ ଇସ୍ତଫା ପତ୍ରରେ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି। ଏହା ପରେ ତାଙ୍କୁ ଟିକେଟ ମିଳିବା ନେଇ କଳ୍ପନାଜଳ୍ପନା ଦେଖାଦେଇଛି।ତେବେ ଟିକେଟ ଦେବା ନ ଦେବା ମୁଖ୍ୟମନ୍ତ୍ରୀଙ୍କ ଉପରେ ନିର୍ଭର କରୁଛି ବୋଲି ସେ କହିଛନ୍ତି।