ଓଡିଆନ୍ ନ୍ୟୁଜ

167

ବିଜେପିରେ ମିଶିଲେ ଅର୍ଜୁନ ସେଠୀ, ମୋହନ ଜେନା

Team Odian News |

ବିଜେପିରେ ମିଶିଲେ ଅର୍ଜୁନ ସେଠୀ, ମୋହନ ଜେନା
ଭୁବନେଶ୍ୱର,୩୦/୩( ଓଡ଼ିଆନ୍‍ ନ୍ୟୁଜ୍‍) : ବିଜେଡିରୁ ଇସ୍ତଫା ଦେବାର କେଇଁ ଘଣ୍ଟା ପରେ ପଦ୍ମ ଧରିଛନ୍ତି ବରିଷ୍ଠ ସାଂସଦ ଅର୍ଜୁନ ସେଠୀ। ଭଦ୍ରକର ୬ ଥରର ସାଂସଦ ଅର୍ଜୁନ ସେଠୀ ଆଜି ବିଜେଡିରୁ ସବୁ ସମ୍ପର୍କକୁ ଛିନ୍ନ କରି ବିଜେପିରେ ମିଶିଛନ୍ତି।

ଅପରାହ୍ନରେ ବିଜେପି ରାଜ୍ୟ କାର‌୍ୟ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଭାରୀ ଅରୁଣ ସିଂ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଅର୍ଜୁନଙ୍କ ସମେତ ତାଙ୍କ ପୁଅ ଅଭିମନ୍ୟୁ ସେଠୀ, ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନା ବି ବିଜେପିରେ ସାମିଲ ହୋଇଛନ୍ତି। ଆଜି ବିଜେଡି ପ୍ରାର୍ଥୀ ଚୟନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଥିଲେ ଅର୍ଜୁନ।ବିଜେଡିରେ ଦୀର୍ଘ ସମୟ ଧରି କାର‌୍ୟ୍ୟ କରିବା ପରେ ବି ତାଙ୍କ ସହ ଅନ୍ୟାୟ ହୋଇଥିବା ସେ କହିଛନ୍ତି। ତାଙ୍କ ପୁଅଙ୍କୁ ବିଜେଡିରୁ ସାଂସଦ ପ୍ରାର୍ଥୀ କରିବା ନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଇଥିଲେ।

ହେଲେ ନବୀନ ଅଭିମନ୍ୟୁଙ୍କୁ ପ୍ରାର୍ଥୀ ନକରି ଅଯୋଗ୍ୟ ବ୍ୟକ୍ତିଙ୍କୁ ଟିକେଟ୍ ଦେଇଥିବା ସେ କହିଥିଲେ। ଏପରିକି, ଟିକେଟ୍ ବଣ୍ଟାରେ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି ଅର୍ଜୁନ୍।