ଓଡିଆନ୍ ନ୍ୟୁଜ

95

ଶ୍ରୀ ବଳଦେବଜୀଉଙ୍କୁ ଆର୍ଶିବାଦ ଭିକ୍ଷା କଲେ ବିଜେଡି ଲୋକସଭା ପ୍ରାର୍ଥି ଅନୁଭବ

Team Odian News |

ଶ୍ରୀ ବଳଦେବଜୀଉଙ୍କୁ ଆର୍ଶିବାଦ ଭିକ୍ଷା କଲେ ବିଜେଡି ଲୋକସଭା ପ୍ରାର୍ଥି ଅନୁଭବ 
କେନ୍ଦ୍ରାପଡା,୩୧/୩,( ଓଡ଼ିଆନ୍‍ ନ୍ୟୁଜ୍‍):   ଚଳିତ ସାଧାରଣ ନିର୍ବାଚନ ନିମନ୍ତେ କେନ୍ଦ୍ରାପଡା ଲୋକସଭା ଆସନରେ ବିଜେଡି ପକ୍ଷରୁ ପ୍ରାର୍ଥି ହୋଇଥିବା ଚଳଚିତ୍ର ତାରକା ଅନୁଭବ ମହାନ୍ତି କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ଦର୍ଶନ କରି ଶ୍ରୀଜୀଉଙ୍କ ଆର୍ଶିବାଦ ଭିକ୍ଷା କରିଛନ୍ତି  । ଇଛାପୁରସ୍ଥିତ ଶ୍ୟାମାକାଳୀ ମଣ୍ଡପ ନିକଟରେ ପହଁଚିବା ପରେ ସେଠାରେ ଉପସ୍ଥିତ ଥିବା ବିଭିନ୍ନ ଛାମୁଆ ସଂଗଠନର କର୍ମକର୍ତାଙ୍କ ସମେତ ହଜାର ହଜାର ସଂଖ୍ୟାରେ ମହିଳା ,ପୁରୁଷ ଓ ଯୁବକମାନେ ଲୋକସଭା ପ୍ରାର୍ଥି ଶ୍ରୀ ମହାନ୍ତିଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ସେଠାରୁ ବିଜେଡି ଜିଲ୍ଲା ସଭାପତି ତଥା ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳିର ବିଜେଡି ଦଳର ପ୍ରାର୍ଥି ଧ୍ରୁବ ସାହୁ ଏବଂ ମହାକାଳପଡା ବିଧାନସଭା ନିର୍ବାଚନ ମଣ୍ଡଳିର ବିଜେଡି ପ୍ରାର୍ଥି ଅତନୁ ସାବ୍ୟସଚୀ ନାୟକଙ୍କ ସହିତ ଏକ ଖୋଲାଜିପରେ ଶ୍ରୀଜୀଉଙ୍କ ମନ୍ଦିର ନିକଟକୁ ଯାଇଥିଲେ । ସେହି ଜିପର ପଛ ଓ ଆଗରେ ହଜାର ହଜାର ସଂଖ୍ୟାରେ ଜନତା ଏକ ଶୋଭାଯାତ୍ରାରେ ଶ୍ରୀ ମହାନ୍ତି ଓ ଅନ୍ୟନେତାମାନଙ୍କୁ ଶ୍ରୀଜୀଉଙ୍କ ମନ୍ଦିର ନିକଟକୁ ପାଛୋଟି ନେଇଥିଲେ ।  ମନ୍ଦିର ପାଖରେ ପହଁଚିବା ପରେ ଅନୁଭବଙ୍କ ସମେତ ସମସ୍ତ ନେତା ଗାଡିରୁ ଓହ୍ଲାଇ ସିଂହଦ୍ୱାର ନିକଟକୁ ଯାଇ ସେଠାରୁ ମନ୍ଦିର ଭିତରକୁ ଯାଇ  କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ଦର୍ଶନ କରି ଶ୍ରୀଜୀଉଙ୍କ ଆର୍ଶିବାଦ ଭିକ୍ଷା କରି ଥିଲେ । ଏହି ଅବସରରେ ଅନୁଭବ କହିଥିଲେ ଯେ ସେ ବିଜୁବାବୁଙ୍କ କର୍ମଭୂମୀ ହେଉଛି କେନ୍ଦ୍ରାପଡା । କେନ୍ଦ୍ରାପଡାବାସୀ, କେନ୍ଦ୍ରାପଡାମାଟି  ଓ ଶ୍ରୀ ବଳଦେବଜୀଉ ତାଙ୍କୁ ଆର୍ଶିବାଦ କରିବେ । ଯେତେଦିନ ପର୍ଯ୍ୟନ୍ତ ନବୀନବାବୁ ଚାହିଁବେ ଓ କେନ୍ଦ୍ରାପଡାବାସୀ ଚାହିଁବେ ସେତେଦିନ ପର୍ଯ୍ୟନ୍ତ ସେ କେବେବି କେନ୍ଦ୍ରାପଡା ଛାଡିଯିବେନି କି କେନ୍ଦ୍ରାପଡାବାସୀଙ୍କ ସହ କେବେବି ବେଇମାନି କରିବେ ନାହିଁ । ତାଙ୍କର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ କେନ୍ଦ୍ରାପଡାବାସୀଙ୍କ ନିମନ୍ତେ କାର୍ଯ୍ୟ କରିବେ ବୋଲି କହିଥିଲେ ଶ୍ରୀମହାନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ଜିଲ୍ଲା ବିଜେଡି କାର୍ଯ୍ୟକାରି ସଭାପତି ଦୁର୍ଗାଶିଷ ମହାନ୍ତି, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ସ୍ନେହପ୍ରଭା ତ୍ରୀପାଠୀ, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ,ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ପଣ୍ଡା, ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଦୀପ କୁମାର ସାହୁ, ପୂର୍ବତନ କାଉନସିଲର ରଞ୍ଜିତ କୁମାର ସାହୁ, ସେକ ରହେମତ, ସେକ ମତୁ, ସେକ ଚନ୍ଦନ, ଧିରେନ ସାହୁ, ଶ୍ରୀକାନ୍ତ ପଣ୍ଡା, ରାଜ୍ୟ ବିଜେଡି ଲିଗାଲ ଫ୍ରଂଟ ସଦସ୍ୟ ସଞ୍ଜୟ କୁମାର ଜେନା, ଧିରେନ୍ଦ୍ର କୁମାର ଦାସ, ରଞ୍ଜନ ସାହୁ, ଉମା ସାମନ୍ତରାୟ, ଦୁର୍ଗା ପ୍ରସାଦ ପତି,ବିଜୟ ପତି,ଦେବଦାସ ମହାନ୍ତି,ସୁମିତ୍ରା ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।