ଓଡିଆନ୍ ନ୍ୟୁଜ

109

ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି

Team Odian News |

ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି
ଭୁବନେଶ୍ୱର୨/୪( ଓଡ଼ିଆନ୍‍ ନ୍ୟୁଜ୍‍):  ବିଜେପିରେ ମିଶିଲେ ବିଜେଡିର ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ରଘୁନାଥ ମହାନ୍ତି।ବିଜେଡିରୁ ତାଙ୍କୁ ଟିକେଟ୍ ନମିଳିବାରୁ ଅସନ୍ତୁଷ୍ଟ ଥିଲେ ରଘୁନାଥ। ଏମିତିକି ସେ ଦାୟିତ୍ୱରେ ଥିବା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ମଧ୍ୟ କିଛି ଦିନ ତଳେ ଇସ୍ତଫା ଦେଇଥିଲେ। ରଘୁନାଥ ମହାନ୍ତିଙ୍କୁ ବିଜେପି ବସ୍ତାରୁ ଟିକେଟ୍ ଦେବା ସମ୍ଭାବନା ରହିଛି।