ଓଡିଆନ୍ ନ୍ୟୁଜ

113

ମହାତ୍ମାଗାନ୍ଧୀ ଶିକ୍ଷା ସଂସ୍ଥା ପକ୍ଷରୁ ସ୍ୱାସ୍ଥ୍ୟ ହିଁ ସମ୍ପଦ ଅଭିଯାନ

Team Odian News |

ମହାତ୍ମାଗାନ୍ଧୀ ଶିକ୍ଷା ସଂସ୍ଥା ପକ୍ଷରୁ ସ୍ୱାସ୍ଥ୍ୟ ହିଁ ସମ୍ପଦ ଅଭିଯାନ
କେନ୍ଦ୍ରାପଡା,୨/୪( ଓଡ଼ିଆନ୍‍ ନ୍ୟୁଜ୍‍): କେନ୍ଦ୍ରାପଡାର ଗୁଲନଗର ସ୍ଥିତ  ମହାତ୍ମାଗାନ୍ଧୀ ହୋଟେଲ ମ୍ୟାନେଜମେଂଟ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ ଅବସରରେ ସ୍ୱାସ୍ଥ୍ୟ ହିଁ ସମ୍ପଦ ଅଭିଯାନ ଆରମ୍ଭ କରାଯାଇଛି । ଏହି ଉପଲକ୍ଷେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଗୁଲନଗର ସ୍ଥିତ ଅନୁଷ୍ଟାନ ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ତିନିମୁହାଣି ଛକ ଦେଇ ସହର ମଧ୍ୟରେ ପ୍ରବେଶ କରି  ନୂଆବସଷ୍ଟାଣ୍ଡ,ବଡହାଟ ଓ ପୁରୁଣାବସଷ୍ଟାଣ୍ଡ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଁଚି ଥିଲେ । ଏହି ସଚେତନତା ଶୋଭାଯାତ୍ରାରେ ସହର ପରିକ୍ରମା ସମୟରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଲୋକମାନଙ୍କୁ ସ୍ୱାସ୍ଥ୍ୟ ହିଁ ସମ୍ପଦ ବୋଲି ସଚେତନକରାଇବା ସହ  ନିଶାଦ୍ରବ୍ୟ ଠାରୁ ଦୂରେଇ ରଖି  ନିଜ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବାକୁ ଆହ୍ୱାନ ଦେଇଥିଲେ ।  ଏଥିସହିତ ନିଶାସେବନ ଦ୍ୱାରା କିଭଳି ଜୀବନ ହାନୀ ଘଟୁଛି ଓ ପରିବାର ଗୁଡିକ ବେସାହାରା ହୋଇପଡୁଛି ସେ ସମ୍ପର୍କରେ ଲୋକମାନଙ୍କୁ ବୁଝାଇଥିଲେ । ଏଥି ସହିତ ମାଦକ ଦ୍ରବ୍ୟ, ଟବାକୋ ଭଳି ନିଶାଦ୍ରବ୍ୟ ଠାରୁ ଦୂରେଇ ରହିବାକୁ ଲୋକମାନଙ୍କୁ ସଙ୍କଳ୍ପବଧ କରାଇଥିଲେ । କାରଣ ଏଭଳି ନିଶାଦ୍ରବ୍ୟ ସେବନ ଦ୍ୱାରା କର୍କଟ ଭଳି ରୋଗର ଶୀକାର ହୋଇ ଅନେକ ଅର୍ଥ ବରବାଦ ହେବା ସହ ପରିବାରର ସୁଖଶାନ୍ତି ନଷ୍ଟ ହୋଇ ଶେଷରେ ରୋଗିଟି ମୃତ୍ୟୁ ମୁଖରେ ପଡିଥାଏ । ଅନୁଷ୍ଠାନର ନିର୍ଦେଶକ ମନୋଜ କୁମାର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସଚେତନତା ଶୋଭାଯାତ୍ରାରେ ଅଧ୍ୟକ୍ଷ ଶୁଭଜୀତ ଭଟ୍ଟାଚାର୍ଯ୍ୟ,ମାର୍କେଟିଂ ମ୍ୟାନେଜର ଭଗବାନ ବେହେରା,କାଉନସିଲର ସରୋଜ ବେହେରା,ଟିମ ସଂଯୋଜକ ସବ୍ୟସାଚି ବିଶ୍ୱାଳ,ଛାତ୍ର ପରୱେଜ ମୁସାଫ ଖାନ,ସମିରୁଦ୍ଦିନ ଖାନ,ଶୁଭଶ୍ମିତା ଦାସ,ଶୁଭ୍ରାଞ୍ଜଳି ଭୋଇ,ଶୁଭାଶିଷ କର,ମନୋରଞ୍ଜନ ଦାସ,ସୁବ୍ରତ ଧଳ ଓ ଜ୍ଞାନରଞ୍ଜନ ନାୟକ ପ୍ରମୁଖ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।