ଓଡିଆନ୍ ନ୍ୟୁଜ

149

ନିର୍ବାଚନୀ ମୈଦାନକୁ ଓହ୍ଲାଇଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Team Odian News |

ନିର୍ବାଚନୀ ମୈଦାନକୁ ଓହ୍ଲାଇଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ବ୍ରହ୍ମପୁର,୩/୪(ଓଡ଼ିଆନ୍‍ ନ୍ୟୁଜ୍‍): ନିର୍ବାଚନୀ ମୈଦାନକୁ ଓହ୍ଲାଇଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ବ୍ରହ୍ମପୁରର କନିଷିରୁ ପ୍ରଚାର ଆରମ୍ଭ କରି କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଛନ୍ତି ନବୀନ। କାହାର ନାଁ ନନେଇ କେନ୍ଦ୍ର ଓ ବିଜେପି ସରକାରକୁ ସେ ସମାଲୋଚନା କରିଛନ୍ତି।

ତିତ୍‌ଲି ହେଲା ଆସିଲେନି, ମରୁଡ଼ି ହେଲା ସେମାନେ ଆସିଲେନି। ଏବେ ଭୋଟ ସମୟ ହେବାରୁ ସେମାନେ ଆସିଗଲେ ବୋଲି ନବୀନ କହିଛନ୍ତି। ସେହିପରି କୁଆଡ଼େ ଗଲା ସୀତାପଲ୍ଲୀ କାରଖାନା, ମହିଳାଙ୍କୁ ୩୩% ସଂରକ୍ଷଣ କଥା ବୋଲି ନବୀନ ପ୍ରଶ୍ନ କରିଛନ୍ତି।କାହିଁକି ବନ୍ୟା, ବାତ୍ୟା, ମରୁଡ଼ିରେ ଓଡ଼ିଶାକୁ ସହାୟତା ମିଳୁନି। କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହେଲେ ଏବଂ ଆଉ ୨୦ ଲକ୍ଷ ଚାଷୀଙ୍କ ସହାୟତାକୁ ଅଟକାଇ ରଖିଛନ୍ତି। ତେଣୁ ଚାଷୀମାନେ ନିର୍ବାଚନରେ ତାର ଉଚିତ ଜବାବ ଦେବେ ବୋଲି ନବୀନ କହିଛନ୍ତି।

ଆଜି କନିଷି ସାଧାରଣ ସଭାରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି ନବୀନ। ଏଥି ସହିତ ୬୦ କିଲୋମିଟର ରୋଡ୍ ଶୋ’ କରି ନବୀନ ଏକ ଅତ୍ୟାଧୁନିକ ବସ୍‌ରେ ରୋଡ୍ ଶୋ କରିଛନ୍ତି।