ଓଡିଆନ୍ ନ୍ୟୁଜ

114

ଜୋର୍‌ସୋରରେ ଚାଲିଛି ନାମାଙ୍କନ ଦାଖଲ ପ୍ରକ୍ରିୟା

Team Odian News |

ଜୋର୍‌ସୋରରେ ଚାଲିଛି ନାମାଙ୍କନ ଦାଖଲ ପ୍ରକ୍ରିୟା
ଭୁବନେଶ୍ୱର,୩/୪( ଓଡ଼ିଆନ୍‍ ନ୍ୟୁଜ୍‍):  ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋର୍‌ସୋରରେ ଚାଲିଛି ନାମାଙ୍କନ ଦାଖଲ। ଆସନ୍ତାକାଲି ହେଉଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ।ହାତରେ କେବଳ ଆଜି ଓ ଆସନ୍ତାକାଲି। ତେଣୁ ଅନେକ ପ୍ରାର୍ଥୀ ଆଜି ନିଜ ନିଜର ନାମାଙ୍କନ ଦାଖଲ କରୁଛନ୍ତି। ଦଳ ବଳ ଆଣି ସମର୍ଥକଙ୍କ ସହିତ ବିରାଟ ଶୋଭାଯାତ୍ରାରେ ଆସି ସେମାନେ ନାମାଙ୍କନ ଦାଖଲ କରୁଛନ୍ତି। ସମ୍ବଲପୁରରେ ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ର ଓ ନୀତିଶ ଗଙ୍ଗଦେବ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ବାଲେଶ୍ୱରେ ମନ୍ତ୍ରୀ ଅନନ୍ତ ଦାସ ନିଜର ନାମାଙ୍କନ ଦାଖଲ କରିଛନ୍ତି।
ପୁରୀରେ ପ୍ରଦୀପ ମହାରଥୀ, ସମୀର ଦାଶ ପ୍ରମୁଖ ନିଜ ନିଜର ନାମାଙ୍କନ ଦାଖଲ କରିଛନ୍ତି। ସେହିପରି ଆନନ୍ଦପୁରରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଜୟଦେବ ଜେନା ମଧ୍ୟ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।