ଓଡିଆନ୍ ନ୍ୟୁଜ

140

ଆଜି ଗାନ୍ଧୀ ଜୟନ୍ତୀ :ଯେଉଁଠି ଗାନ୍ଧି-ରଘୁ ଏକାଠି ପୂଜା ପାଆନ୍ତି ।

Team Odian News |

ଆଜି ଗାନ୍ଧୀ ଜୟନ୍ତୀ :ଯେଉଁଠି ଗାନ୍ଧି-ରଘୁ ଏକାଠି ପୂଜା ପାଆନ୍ତି ।
କେନ୍ଦ୍ରାପଡ଼ା,୨/୧୦(ଓଡ଼ିଆନ୍‍ ନ୍ୟୁଜ୍‍):ଆଜି ଗାନ୍ଧୀ ଜୟନ୍ତୀ । ସାରା ଭାରତରେ ଆଜି ମହାତ୍ମାଗାନ୍ଧୀଙ୍କୁ ଏ ଜାତି ର ଦାୟାଦମାନେ ପୂଜା କରିଛନ୍ତି । ହେଲେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ଜାଗୁଳାଇପଡ଼ା ଗ୍ରାମରେ ଗାନ୍ଧିଜୀଙ୍କ ସହିତ ଏହି ଗାଁର ଗାନ୍ଧି ସେବକ  ରଘୁ ନାୟକଙ୍କ ମିଳିତ ପ୍ରତିମୂର୍ତ୍ତି  ନିକଟରେ ଏକ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି ଗ୍ରାମବାସୀ ମାନେ । ଆଜି ସକାଳୁ ଛୋଟ ଛୋଟ ପିଲାମାନେ ‘ରଘୁପତି ରାଘବ ରାଜା ରାମ ...ପତିତ ପାବନ ସୀତାରାମ’ ଭଜନ ଗାଇଗାଇ ମିଳିତ ପ୍ରତିମୂର୍ତ୍ତିରେ ପୁଷ୍ଫମାଲ୍ୟ ଦେଇଥିଲେ । ଏହା ପରେ ରଘୁ ଓ ଗାନ୍ଧୀଙ୍କ ସଂପର୍କ ସହିତ କେମିତି ରଘୁ ମାଳି ଭାବରେ ଦିଲ୍ଲୀର ବିରଲା ଭବନରେ ମାଳି କାମ କରୁଥିବା ସମୟରେ ଆତତାୟୀ ନାଥୁରାମ ଗାନ୍ଧୀଜିଙ୍କୁ ଗୁଳି ମାରୁଥିବା ସମୟରେ ସାହାସିକତାର ସହିତ ନାଥୁରାମଙ୍କୁ କାବୁ କରିଥିଲା । ଏହା ସହିତ ପ୍ରତିଦିନ ରଘୁ କେମିତି ଛେଳି ଦୁଧ ଗାନ୍ଧୀଜି କୁ ପିଇବା ପାଇଁ ଦେଉଥିଲା , ତାଙ୍କ ସେବା ଶୁଶୃଶା କରୁଥିଲା । ସେଦିନର ପୁରୁଣା ଘଟଣାକୁ ମନେପକାଇ ଥିଲେ ତାଙ୍କ ପରିବାର ଲୋକମାନେ  । ବହୁ ବର୍ଷ ପରେ ବିଦେଶୀ ଜର୍ମାନୀ ଲୋକମାନେ ଏଠାରେ ରଘୁ-ଗାନ୍ଧୀଙ୍କ ସ୍ମୃତି ରକ୍ଷା କରିବା ପାଇଁ ମିଳିତ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିଥିଲେ ମଧ୍ୟ ଆମ ରାଜ୍ୟ ସରକାର  କିମ୍ବା ଆମ ଦେଶ ଏମାନଙ୍କ ପାଇଁ କିଛି ନକରିବା ନେଇ ଗ୍ରାମବାସୀମାନେ ଦୁଃଖପ୍ରକାଶ କରଛନ୍ତି  । ଗାନ୍ଧୀ ଜୟନ୍ତୀରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଫୁଲମାଳଟିଏ ମଧ୍ୟ ଏମାନଙ୍କ ପ୍ରତିମୂର୍ତ୍ତିରେ ପକାଯାଏ ନାହିଁ । ଏହା ହିଁ ହେଉଛି ଓଡ଼ିଆ ଜାତିର ପୂଜ୍ୟପୂଜାର ନମୁନା ।