ଓଡିଆନ୍ ନ୍ୟୁଜ

151

ନବୀନ ନିବାସ ଆଗରେ ବିଜେପିର ଧାରଣା

Team Odian News |

ନବୀନ ନିବାସ ଆଗରେ ବିଜେପିର ଧାରଣା
ଭୁବନେଶ୍ୱର,୩/୪( ଓଡ଼ିଆନ୍‍ ନ୍ୟୁଜ୍‍): ବିଜେପି ପ୍ରାର୍ଥୀ ଭୂଦାନ ମୁର୍ମୁଙ୍କ ଇସ୍ତଫା ଗ୍ରହଣ ଦାବିକୁ ନେଇ ନବୀନ ନିବାସ ଆଗରେ ବିଜେପିର ଧାରଣା। ବରିଷ୍ଠ ନେତା ସମୀର ମହାନ୍ତି ଓ ଲେଖାଶ୍ରୀ ସାମନ୍ତସିଂହାର ଧାରଣା ଦେଇଛନ୍ତି।

ନିଜେ ଭୂଦାନ ମଧ୍ୟ ଧାରଣାରେ ବସିଛନ୍ତି। ଆଜି ସକାଳେ ସେମାନେ ନବୀନ ନିବାସ ଯାଇଥିଲେ। ଭୂଦାନ ମୁର୍ମୁ ଅଭିଯୋଗ କରିଛନ୍ତି, ୨୦୧୮ ଅକ୍ଟୋବର ୪ ତାରିଖରୁ ସରକାରୀ ଚାକିରିରୁ ଇସ୍ତଫା ଦେଲେଣି। କିନ୍ତୁ ରାଜ୍ୟ ସରକାର ଏଯାଏ ତାଙ୍କର ଇସ୍ତଫା ଗ୍ରହଣ କରି ନାହାନ୍ତି।ବିଜେପି ଅଭିଯୋଗ କରିଛି, ଜାଣିଶୁଣି ଭୂଦାନ ମୁର୍ମୁଙ୍କ ଇସ୍ତଫା ପତ୍ର ଗ୍ରହଣ କରୁ ନାହାନ୍ତି ସରକାର। ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବଙ୍କୁ ଫେରାଦ ପରେ ଧାରଣା ଦେଇଛନ୍ତି ଭୂଦାନ, ସମୀର ଓ ଲେଖାଶ୍ରୀ।

ସମୀର ମହାନ୍ତି କହିଛନ୍ତି, ଫାଇଲ୍ ପ୍ରୋସେସିଂ ଚାଲିଥିବା ଆମକୁ କୁହାଯାଇଛି।  ଆମକୁ ଇସ୍ତଫା ଗ୍ରହଣ ନେଇ ପ୍ରତିଶ୍ରୁତି ମିଳିବା ପର୍ଯ୍ୟନ୍ତ ବସିବୁ। ଆଦିବାସୀ ଯୁବକଙ୍କୁ ଆଗକୁ ବଢ଼ିବାରେ ବାଧା ସୃଷ୍ଟି କରାଯାଉଛି।