ଓଡିଆନ୍ ନ୍ୟୁଜ

481

ଦୋଳଗୋବିନ୍ଦଙ୍କ ସପକ୍ଷରେ ସର୍ବଦଳୀୟ ସମର୍ଥନ ।

Team Odian News |

ଦୋଳଗୋବିନ୍ଦଙ୍କ ସପକ୍ଷରେ ସର୍ବଦଳୀୟ ସମର୍ଥନ । 
ଆଳି,୫ା୪(ଓଡ଼ିଆନ୍‍ ନ୍ୟୁଜ୍‍): ଆଳିର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ଦୋଳଗୋବିନ୍ଦ ନାୟକ ଚଳିତ ନିର୍ବାଚନରେ ଆଳିରୁ ବିଧାୟକ ଭାବେ ପ୍ରାର୍ଥୀ ହୋଇଛନ୍ତି  । ଆଳି କନିକା ଅଞ୍ଚଳର ଉନ୍ନତିରେ କରିବାରେ ଶ୍ରୀନାୟକଙ୍କ ଭୂମିକା ଅବର୍ଣ୍ଣନୀୟ  ।   ଉପାନ୍ତ ଓ ଦ୍ୱୀପାଞ୍ଚଳ ଭାବେ ପରିଗଣିତ ଆଳି କନିକା ଦୁଇଟି ବ୍ଲକ୍‍ରେ ବହୁ ବିକାଶ ପଥରେ ସାରଥୀ ଥିଲେ ଶ୍ରୀନାୟକ । ବିଭିନ୍ନ ସେତୁ ନିର୍ମାଣ, ରାସ୍ତାଘାଟ, ପିଇବା ପାଣି ପାଇଁ ଓଡ଼ିଶାରେ ପ୍ରଥମ କରି ଡ଼ାନିଡ଼ା ପ୍ରକଳ୍ପର ଶୁଭାରମ୍ଭ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସହିତ ନୂତନ ୬ଟି ଉପ ସ୍ୱାସ୍ଥ୍ୟକେନ୍ଦ୍ର, ସବୁ ଗ୍ରାମକୁ ବିଦ୍ୟୁତ୍‍ ସଂଯୋଗୀକରଣ, ଟ୍ରେଜେରୀ ଅଫିସ୍‍ ପ୍ରତିଷ୍ଠା, ଦମକଳ କେନ୍ଦ୍ର ପ୍ରତିଷ୍ଠା, ପ୍ରତି ଗ୍ରାମରେ ଅଙ୍ଗନୱାଡ଼ି କେନ୍ଦ୍ର ପ୍ରତିଷ୍ଠା, ସମବାୟ ସଂସ୍ଥାକୁ ଲୋକାଭିମୁଖି କରିବା, ୨୨ରୁ ଅଧିକ ନୂତନ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା, ଉଚ୍ଚ ଶିକ୍ଷା ପାଇଁ ମହାବିଦ୍ୟାଳୟକୁ ଶ୍ରେଷ୍ଠ ମାନ୍ୟତା, ରିଘାଗଡ଼-ଜୟନଗର ରାସ୍ତାକୁ ଉନ୍ନତିକରଣ ସହିତ ଆଳି ଏବଂ କନିକାରେ ଗମନା ଗମନ ପାଇଁ ଗାଁକୁ ରାସ୍ତା ନିର୍ମାଣ ଏବଂ ଚାଷୀ ମାନଙ୍କ ପାଇଁ ଜଳସେଚନ ବ୍ୟବସ୍ଥା ଗ୍ରହଣ କରିଛନ୍ତି  । ଦୁଇ ଥର ଆଳିର ବିଧାୟକ ହୋଇଥିବା ବେଳେ ଅଞ୍ଚଳର ସାମଗ୍ରିକ ଉନ୍ନତି ହିଁ ତାଙ୍କର ଏକମାତ୍ର ଏଜେଣ୍ଡା  । ଯାହାକି ଆଳିର ବିକାଶ ପଥରେ ଅଧିକ ସହାୟକ ହୋଇପାରିଛି  । ହେଲେ ରାଜନୈତିକ ପଶାପାଳିରେ ଦୀର୍ଘ ୧୫ ବର୍ଷ ଧରି ଶ୍ରୀନାୟକ ପ୍ରାର୍ଥିତ୍ୱକୁ ଦୁଇ ପ୍ରମୁଖ ଦଳର ନେତା ପ୍ରତିରୋଧ କରିଆସୁଥିଲେ  । ଯାହା ଫଳରେ ଅଞ୍ଚଳର ଉନ୍ନତି ବିକାଶର ସ୍ୱପ୍ନ ଦେଖୁଥିବା ଶ୍ରୀନାୟକଙ୍କୁ  ଚଳିତ ଥର ବିଜେପି ପକ୍ଷରୁ ବିଧାୟକ ପ୍ରାର୍ଥୀଭାବେ ପ୍ରତିଦ୍ୱନ୍ଦିତା କରିବାର ସୁଯୋଗ ମିଳିଛି  । ନିଜ ଶେଷ ଜୀବନରେ ତାଙ୍କର ଅଧୁରା ସ୍ୱପ୍ନକୁ ପୂରଣ ନିମେନ୍ତ ଶ୍ରୀନାୟକଙ୍କୁ ଏକ ସୁଯୋଗ ମିଳିଛି  । ଆଳି କନିକା ଅଞ୍ଚଳର ବୁଦ୍ଧିଜୀବି ଶ୍ରୀନାୟକଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିଛନ୍ତି   । ସେ ଯେଉଁ ଦଳରେ ହୁଅନ୍ତୁନାକାହିଁକି ତାଙ୍କୁ ଚଳିତ ଥର ବିଧାୟକ ଭାବେ ଦେଖିବା ପାଇଁ ମନବଳାଇଛନ୍ତି  । ତାଙ୍କ ସପକ୍ଷରେ ଏବେ ଠାରୁ ଏକ ପ୍ରକାର ହ୍ୱାୱା ବୋହିବାରେ ଲାଗିଲାଣି  । ଏଭଳି ସ୍ଥିତି ବଜାୟ ରହିଲେ ଶ୍ରୀନାୟକଙ୍କ ବିଜୟୀ ହେବା ଏକ ପ୍ରକାର ନିଶ୍ଚିନ୍ତ ବୋଲି ପର୍ଯ୍ୟବେକ୍ଷକମାନେ ମତ ରଖିଛନ୍ତି  ।