ଓଡିଆନ୍ ନ୍ୟୁଜ

201

କେନ୍ଦ୍ରାପଡା: ତୃତୀୟ ଦିବସରେ ୨ଜଣ ସ୍ୱାଧୀନ ପ୍ରାର୍ଥିଙ୍କ ନାମାଙ୍କନପତ୍ର ଦାଖଲ

Team Odian News |

କେନ୍ଦ୍ରାପଡା: ତୃତୀୟ ଦିବସରେ ୨ଜଣ ସ୍ୱାଧୀନ ପ୍ରାର୍ଥିଙ୍କ ନାମାଙ୍କନପତ୍ର ଦାଖଲ
କେନ୍ଦ୍ରାପଡା ୪/୪(ଓଡ଼ିଆନ୍‍ ନ୍ୟୁଜ୍‍) - ସାଧାରଣ ନିର୍ବାଚନ ୨୦୧୯ ନିମନ୍ତେ ଅନୁଷ୍ଠିତ ମନୋନୟନର ତୃତୀୟ ଦିବସ ଗୁରୁବାର ୨ଜଣ ସ୍ୱାଧୀନ ପ୍ରାର୍ଥି ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିଥିବା ଜଣାପଡିଛି । ୯୬ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳି ନିମନ୍ତେ ଦିବ୍ୟସିଂହ ଦାସ ଓ ପରମାନନ୍ଦ ମହାରଣା ସ୍ୱାଧୀନ ପ୍ରାର୍ଥି ଭାବେ ନାମାଙ୍କନପତ୍ର ରିଟର୍ଣ୍ଣଂ ଅଫିସର ତଥା ଉପଜିଲ୍ଲାପାଳ ସଞ୍ଜୟ କୁମାର ମିଶ୍ରଙ୍କ ନିକଟରେ ଦାଖଲ କରିଛନ୍ତି । ଏତଦଭିନ୍ନ ଅନ୍ୟ ବିଧାନସଭା କ୍ଷେତ୍ର ଓ ୧୫ କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ନିମନ୍ତେ ଆଜି କେହି ପ୍ରାର୍ଥିପତ୍ର ଦାଖଲ କରିନଥିବା ସୂଚନା ମିଳିଛି  । ଏଠାରେ ସୂଚନାଯୋଗ୍ୟ ଯେ ମନୋନୟନର ପ୍ରଥମ ଦିବସ ମଙ୍ଗଳବାର ଦିନ  କେହି ପ୍ରାର୍ଥିପତ୍ର ଦାଖଲ କରିନଥିବା ବେଳେ ଦ୍ୱିତୀୟ ଦିବସ ବୁଧବାର ଦିନ  ୪ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ ।