ଓଡିଆନ୍ ନ୍ୟୁଜ

167

ଡେଲାଙ୍ଗ ରାଢୁଅ ବଜାର ନିକଟରୁ ୮ଲକ୍ଷ ୯୬ ହଜାର ଟଙ୍କା ଜବତ

Team Odian News |

ଡେଲାଙ୍ଗ ରାଢୁଅ ବଜାର ନିକଟରୁ ୮ଲକ୍ଷ ୯୬ ହଜାର ଟଙ୍କା ଜବତ
ପିପିଲି ୫/୪(ଓଡ଼ିଆନ୍‍ ନ୍ୟୁଜ୍‍): ପୁରୀ ଜିଲ୍ଲା ଡେଲାଙ୍ଗ ରାଢୁଅ ବଜାର ନିକଟରୁ ୮ଲକ୍ଷ ୯୬ ହଜାର ଟଙ୍କା ଜବତ। ଏକ ସ୍କର୍ପିଓ ଗାଡ଼ିରୁ ଟଙ୍କା ଜବତ କରିଛି ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାଡ୍। କଣାସ ଜଙ୍ଘା ଅଞ୍ଚଳର ଠିକାଦାର ବିଭୂତି ସ୍ୱାଇଁଙ୍କ ଠାରୁ ଏହି ଟଙ୍କା ଜବତ ହୋଇଛି। ତେବେ ଠିକାଦାର ଜଣଙ୍କ କେଉଁଠୁ ଏତେ ଟଙ୍କା ଆଣିଲେ, ତାର କୌଣସି ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ପୁଲିସ ସନ୍ଦେହରେ ଠିକାଦାରଙ୍କୁ ଅଟକ ରଖିଛି।