ଓଡିଆନ୍ ନ୍ୟୁଜ

131

ଭୋଟ୍ ପାଇଁ ଗାଁକୁ ଯିବାକୁ ଇଚ୍ଛା

Team Odian News |

ଭୋଟ୍ ପାଇଁ ଗାଁକୁ ଯିବାକୁ ଇଚ୍ଛା 
ଦିଲ୍ଲୀ,୫ା୪(ଓଡ଼ିଆନ୍‍ ନ୍ୟୁଜ୍‍):ଦିଲ୍ଲୀ ଏମ୍ସରେ ଯୋଡାମୁଣ୍ଡ ଅଲଗା ହୋଇଥିବା ଶିଶୁ ଜଗା କାଳିଆଙ୍କ ବାପା ଭୂୟାଁ  କହଁର ଭୋଟ୍ ପାଇଁ ଗାଁକୁ ଯିବାକୁ ଇଚ୍ଛା ପ୍ରକାଶ  କରିଛନ୍ତି। ସେ ବର୍ଷେ ୯ ମାସ ହେବ ଜଗା କାଳିଆଙ୍କ ଚିକିତ୍ସା ପାଇଁ ଗାଁକୁ ଯାଇନାହାନ୍ତି । ସରକାର ଯଦି ଚାହିଁବେ ତେବେ ଗାଁକୁ ଯିବାର ଇଚ୍ଛା ପୁଣି ଥରେ ପ୍ରକାଶ କରିଛନ୍ତି କହଁର ଦମ୍ପତ୍ତି। ଜଗା ବର୍ତ୍ତମାନ  ସଂପୂର୍ଣ୍ଣ  ସୁସ୍ଥ ଅଛି । ତାର ବୋନ୍ ଟ୍ରାନ୍ସପ୍ଲାଣ୍ଟ ହେବାକୁ ଆଉ ୩ ବର୍ଷ ବାକି ଅଛି । ସେପଟେ କାଳିଆର ସ୍ବାସ୍ଥ୍ୟରେ ଧୀରେ ଧୀରେ  ଉନ୍ନତି ପରିଲକ୍ଷିତ ହେଉଛି। ଏବେ ସେ ସେରେଲାକ୍ସ କ୍ଷୀର ଖାଇବା ଆରମ୍ଭ କରିଛି । ବସି ପାରୁଛି । କିନ୍ତୁ ଏବେ ବି ତା ନାକରେ ନଳୀ ଲାଗି ରହିଛି। ଘରେ ଆଉ ୨ ଛୁଆଙ୍କୁ ଦେଖିବାକୁ ବାପା ମାଙ୍କ ମନ ହେଉଛି ବାରମ୍ବାର ନିଜ ଘରକୁ ଯିବାକୁ ଅନୁରୋଧ କରୁଛନ୍ତି ପରିବାର । ଏବେ ନିର୍ବାଚନ ସମୟରେ ଭୋଟ୍ ଦେବା ସହ ସରକାର ଯଦି ଚାହାନ୍ତି ତେବେ ନିଜ ଗାଁକୁ ଯିବାକୁ ଇଚ୍ଛା  ପ୍ରକାଶ କରିଛନ୍ତି ଭୂୟାଁ କହଁର।