ଓଡିଆନ୍ ନ୍ୟୁଜ

178

ଚଳିତ ନିର୍ବାଚନରେ ଭଲ ଲୋକ ପ୍ରାଥିୀ ନହେଲେ ନୋଟାକୁ ଭୋଟ ଦିଅ - ଭାଗବତ

Team Odian News |

ଚଳିତ ନିର୍ବାଚନରେ ଭଲ ଲୋକ ପ୍ରାଥିୀ ନହେଲେ ନୋଟାକୁ ଭୋଟ ଦିଅ - ଭାଗବତ
କେନ୍ଦ୍ରାପଡା,୫ା୪(ଓଡ଼ିଆନ୍‍ ନ୍ୟୁଜ୍‍): ଚଳିତ ସାଧାରଣ ନିର୍ବାଚନରେ ଯଦି ଭଲ ଲୋକ ପ୍ରାଥିୀ ନହେଲେ ତେବେ ନୋଟାରେ ଭୋଟ ଦେବାକୁ ପୂର୍ବତନ ବରିଷ୍ଠ ମନ୍ତ୍ରୀ ତଥା କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କର ପ୍ରତିଷ୍ଠାତା ସଭାପତି ଭାଗବତ ପ୍ରସାଦ ମହାନ୍ତି ଶୁକ୍ରବାର ବ୍ୟାଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ କେନ୍ଦ୍ରାପଡାର ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି । ଭଲ ଲୋକ ହେଉଛନ୍ତି ଯିଏ ଅନ୍ୟୁନ ଗୁଣାତ୍ମକ ଶିକ୍ଷା ପାଇଥିବେ,ଯିଏ ନିର୍ଦଳୀୟ ପ୍ରାଥିୀ ହୋଇନଥିବା,ଦଳରେ ଅନ୍ୟୁନ ୧୦ବର୍ଷ ସକ୍ରୀୟ ସଂଗଠନ କରିଥିବେ,ଯିଏ ଗୁରୁ,ବାପା,ମା ଓ ଶାଶୁ ଶଶୁରଙ୍କ ଠାରୁ ଭଲ ସାର୍ଟିଫିକେଟ ହାସଲ କରିଥିବ,ଯିଏ ଏକାଧିକ ଦଳ ବଦଳ କରିନଥିବ,ଯିଏ ଭୋଟ ପାଇଁ ଟିକେଟ କିଣି ବା ବିକି ନଥିବ,ଯିଏ ଅସାମାଜିକ କାର୍ଯ୍ୟକଳାପରେ ସଂପୃକ୍ତ ନଥିବ,ଯିଏ ଅଭ୍ୟାସଗତ ଅଫେଣ୍ଡର ହୋଇନଥିବ,ଯିଏ ଲାଂଚ ନେଉନଥିବ ବା ଦେଉନଥିବ,ଯିଏ ନିଶାସକ୍ତ ହୋଇନଥିବ,ଆୟ ବର୍ହିଭୁକ୍ତ ସମ୍ପତି ହାସଲ କରିନଥିବ,ପାୱାର ବ୍ରୋକର ହୋଇନଥିବ,ଯେଉଁ ସରକାରୀ କର୍ମଚାରୀ ଅବସର ନେଇ ଦଳରେ ଯୋଗଦେଇ ନିର୍ବାଚନ ଲଢିବାକୁ ଚାହିଁବେ ସେ ଅତ୍ୟନ୍ତ ୬ବର୍ଷ ପୂର୍ବରୁ ଦଳର ସଂଗଠନରେ ସଂପୃକ୍ତ ରହିଥିବେ,ଯିଏ ଦଳର ଆଉଟ ସାଇଡର ଏବଂ ଷ୍ଟ୍ରେଞ୍ଜର ହୋଇ ଟିକେଟ ହାସଲ କରିନଥିବେ,ଯିଏ ବିଭିନ୍ନ ଅପରାଧୀକ ମାମଲାରେ ସଂପୃକ୍ତ ନଥିବେ,ଯାହାଙ୍କ ବିରୋଧରେ ଆଂଟି ପାର୍ଟି ଆକ୍ଟିଭିଟିଜର ଅଭିଯୋଗ ନଥିବ,କୈାଣସି ନିର୍ବାଚିତ ପ୍ରତିନିଧି ତାଙ୍କ ଉତ୍ତରାଧିକାରୀଙ୍କୁ ପ୍ରାଥିୀ କରିବାକୁ ଦାବି କରୁନଥିବ, ଏକାସଙ୍ଗେ ଏକାଧିକ ନିର୍ବାଚନ ମଣ୍ଡଳିରେ ଲଢୁନଥିବ ତେବେ ସେଭଳି ଲୋକକୁ ଭଲ ଲୋକବୋଲି ଧରାଯାଇପାରିବ ବୋଲି ଶ୍ରୀ ମହାନ୍ତି କହିଥିଲେ । ଏତଦ ଭିନ୍ନ ଭଲ ଲୋକ ପ୍ରାଥିୀ ହୋଇନଥିଲେ ବରଂ ନୋଟା ଚିହ୍ନକୁ ଭୋଟ ଦେବା ଉଚିତ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ । ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କ ପରିଚାଲନା କମିଟି ନିର୍ଦେଶକ ଫକିର ଚରଣ ଖଟୁଆ,ମହେନ୍ଦ୍ର କୁମାର ପରିଡା,ବ୍ୟାଙ୍କର ମୁଖ୍ୟ ନିର୍ବାହୀ ଅଧିକାରୀ ସୁଶିଲ କୁମାର ସାମଲ,ସାଧାରଣ ପରିଚାଳକ ମନ୍ମଥନାଥ ରାଉତ,ଆଇନଜିବୀ ବିଧୁଭୂଷଣ ମହାପାତ୍ର,ରାଜକିଶୋର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।