ଓଡିଆନ୍ ନ୍ୟୁଜ

122

ଜୟପୁରଠାରେ ନିର୍ବାଚନୀ ସଭାରେ ନବୀନ ପଟ୍ଟନାୟକ,ବିଜୟୀ ହେଲେ ପ୍ରଥମ ଦିନ ହିଁ କାଳିଆ ଟଙ୍କା

Team Odian News |

ଜୟପୁରଠାରେ ନିର୍ବାଚନୀ ସଭାରେ ନବୀନ ପଟ୍ଟନାୟକ,ବିଜୟୀ ହେଲେ ପ୍ରଥମ ଦିନ ହିଁ କାଳିଆ ଟଙ୍କା 
ଜୟପୁର,୬/୪(ଓଡ଼ିଆନ୍‍ ନ୍ୟୁଜ୍‍): ଜୟପୁରଠାରେ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ବଡ ଘୋଷଣା । ଦଳ ବିଜୟୀ ହେଲେ ପ୍ରଥମ ଦିନ ହିଁ କାଳିଆ ଟଙ୍କା ପାଇ ନଥିବା ୨୫ ଲକ୍ଷ ହିତାଧିକାରୀଙ୍କୁ ଦୁଇ କିସ୍ତିର ୧୦ ହଜାର ଟଙ୍କା ଦିଆଯିବ ବୋଲି ଘୋଷଣା କରିଛନ୍ତି । ସେପଟେ କାଳିଆ ଟଙ୍କାକୁ ବନ୍ଦ କରାଯିବା ନେଇ ଦିଲ୍ଲୀରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେଡି ।ନିର୍ବାଚନୀ ସଭାରେ ନବୀନଙ୍କ ବଡ଼ ପ୍ରତିଶ୍ରୁତି । ସରକାର ଗଠନର ପ୍ରଥମ ଦିନରେ ମିଳିବ ବକେୟା କାଳିଆ ଟଙ୍କା । ଜୟପୁର ନିର୍ବାଚନୀ ସଭାରେ ବିଜେଡି ଇସ୍ତାହାର କଥା କହିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ କହିଛନ୍ତି, ତାଙ୍କ ଏଜେଣ୍ଡାରେ ଚାଷୀ ହେଉଛନ୍ତି ଏକ ନମ୍ବର । କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକାର ପାଇଛନ୍ତି । ବିଜେଡି ସରକାର ଗଠନର ପ୍ରଥମ ଦିନରେ ହିଁ ବାକିଥିବା ୨୫ ଲକ୍ଷ ଚାଷୀଙ୍କୁ ଦୁଇଟି କିିସ୍ତିର ୧୦ ହଜାର ଟଙ୍କା ଏକା ସାଙ୍ଗେ ମିଳିବ । ଏହାଛଡା ବିରୋଧୀଙ୍କୁ ଟାର୍ଗେଟ କରିବାକୁ ଯାଇ ନବୀନ କହିଛନ୍ତି, ଫାଇଲିନ, ହୁଡହୁଡ, ତିତିଲି ବେଳେ ଆସିଲେ ନାହିଁ କିନ୍ତୁ ଭୋଟବେଳକୁ ଚାଲି ଆସିଲେ । ବିଜେପିର ନେତା ମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଏପରିକି ପ୍ରାକୃତିକ ବିପର୍ଯ୍ୟୟ ବେଳେ କାହିଁକି ସାହାଯ୍ୟ କରିବା ପରିବର୍ତ୍ତେ ରାଜ୍ୟକୁ ଅଣଦେଖା କରାଯାଉଛି ବୋଲି କହି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ନବୀନ ।