ଓଡିଆନ୍ ନ୍ୟୁଜ

209

ଶୋଭାଯାତ୍ରରେ ଯାଇ ନାମାଙ୍କନପତ୍ର ଦାଖଲ କଲେ ବିଜେପି ପାର୍ଥୀ ଦୋଳଗୋବିନ୍ଦ

Team Odian News |

ଶୋଭାଯାତ୍ରରେ ଯାଇ ନାମାଙ୍କନପତ୍ର ଦାଖଲ କଲେ ବିଜେପି ପାର୍ଥୀ ଦୋଳଗୋବିନ୍ଦ


ରାଜକନିକା,୮/୪(ଓଡ଼ିଆନ ନ୍ୟୁଜ): ଆଳି ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପାର୍ଥୀ ଦୋଳଗୋବିନ୍ଦ ନାୟକ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି । ଶ୍ରୀ ନାୟକ ବଡ଼ାଗର ଗୋପିନାଥ ଜିୟୁଙ୍କ ମନ୍ଦିରରେ ପୂଜାଅର୍ଚନା କରିବା ପରେ ଏକ ବିଶାଳ ଶୋଭାଯାତ୍ରରେ ବାହାରିଥିଲେ । ନାମାଙ୍କନପତ୍ର ଦାଖଲ ସମୟରେ ତାଙ୍କ ସହିତ ବିଜେପି ନେତା ବ୍ରଜ ସୁନ୍ଦର ଭୂୟାଁ, କୃଷ୍ଣଚନ୍ଦ୍ର ପଣ୍ଡା, ବି.ସି ଦାସ, ଦଶରଥ ସେନାପତି,ରଶ୍ମରରଞ୍ଜନ ବେହୁରା,ସତ୍ୟନାରାୟଣ ଜେନା, ବିଜେପି ନେତ୍ରୀ ଜିତା ଦାଶ, ସଦର ସଭାପତି କଣ୍ଣରାଜ ବାରିକ, ଏବଂ ପଶ୍ଚିମ କନିକା ସଭାପତି କାର୍ତ୍ତିକ ଚନ୍ଦ୍ର ଦାଶ, ପ୍ରମୁଖ ଏକ ମୋଟରସାଇକେଲ ଶୋଭାଯାତ୍ରରେ କଣ୍ଟପଡ଼ା ବଜାର ଦେଇ ଆଳି ପତ୍ରପୁର ଦେଇ କେନ୍ଦ୍ରପଡ଼ାରେ ପହଞ୍ଚିଥିଲେ । ଏମାନଙ୍କ ବ୍ୟତୀତ ଆଳି ଏବଂ ରାଜକନିକା ବ୍ଳକର ସମସ୍ତ କର୍ମକର୍ତ୍ତାମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଶ୍ରୀ ନାୟକଙ୍କ ବିଶାଳ ଶୋଭାଯାତ୍ରା ପାଇଁ କଟକ-ଚାନ୍ଦବାଲି ରାସ୍ତା ୨ଘଣ୍ଟା ଧରି ଜାମ ରହିଥିଲା । ବିଭିନ୍ନ ସ୍ଥାନରେ ଶ୍ରୀ ନାୟକଙ୍କୁ ସମ୍ବୋନ୍ଧିତ କରାଯାଇଥିଲା ।