ଓଡିଆନ୍ ନ୍ୟୁଜ

208

ଦେଢ଼ଘଣ୍ଟା ପୂର୍ବରୁ ମକ୍ ପୋଲ ଅନୁଷ୍ଠିତ ହେବ

Team Odian News |

ଦେଢ଼ଘଣ୍ଟା ପୂର୍ବରୁ ମକ୍ ପୋଲ ଅନୁଷ୍ଠିତ ହେବ 


ନୂଆଦିଲ୍ଲୀ, ୧୦/୪(ଓଡିଆନ ନ୍ୟୁଜ): ଆସନ୍ତା କାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁଥିବା ବେଳେ ସମସ୍ତ ପ୍ରସ୍ତୁତି ସାରିବା ଉପରେ । ରାଜ୍ୟରେ ଅନୁଷ୍ଠିତ ହେଉଥିବା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ମତଦାନ କେନ୍ଦ୍ରଗୁଡ଼ିକରେ ପ୍ରକୃତ ମତଦାନର ଦେଢ଼ଘଣ୍ଟା ପୂର୍ବରୁ ମକ୍ ପୋଲ ଅନୁଷ୍ଠିତ ହେବ ବୋଲି ଭାରତୀୟ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ସେହି ଅନୁସାରେ ଏଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟନିର୍ବାଚନ ଅଧିକାରୀଙ୍କ ତରଫରୁ ସମସ୍ତ ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସରା ଦେଶରେ ଏହି ନିୟମ ମଧ୍ୟ ଲାଗୁ ହେବ।