ଓଡିଆନ୍ ନ୍ୟୁଜ

214

ହାତ ଛାଡିଲେ ସୋନାଲି ସାହୁ

Team Odian News |

ହାତ ଛାଡିଲେ ସୋନାଲି ସାହୁ


ଭୁବନେଶ୍ୱର,୧୧/୪(ଓଡିଆନ ନ୍ୟୁଜ): ଆଜି କଂଗ୍ରେସ ମୁଖପାତ୍ର ସୋନାଲି ସାହୁ ନିଜ ପଦରୁ ଇସ୍ତଫା ଦେବା ସହ ଦଳ ଛାଡ଼ିଛନ୍ତି। ବହୁ ଆଗରୁ ସେ ଦଳ ଛାଡିବା ନେଇ ଚର୍ଚ୍ଚା ହେଉଥିଲା । ନେତୃବୃନ୍ଦଙ୍କୁ ନେଇ ସୋନାଲି ଅସନ୍ତୁଷ୍ଟ ଥିଲେ । ସେ ଖୋର୍ଦ୍ଧା ବିଧାନସଭା ପାଇଁ ଟିକେଟ ଆଶାୟୀ ଥିବା ବେଳେ ତାଙ୍କୁ ଟିକେଟ ମିଳି ନଥିବାରୁ କଂଗ୍ରେସ ଛାଡ଼ିଥିବାର ସୂଚନା ମିଳିଛି। ତେବେ ସେ କେଉଁ ଦଳରେ ଯୋଗ ଦେବେ ତାହା ଜଣାପଡ଼ି ନାହିଁ। ପ୍ରଦେଶ କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଦୁଇଦିନତଳେ ଦଳରୁ ଇସ୍ତଫା ଦେଇ ବିଜେଡିରେ ମିଶିଥିଲେ । ତାଙ୍କପରେ କଂଗ୍ରେସର ଆଉ  ଜଣେ ଟାଣୁଆ ନେତ୍ରୀ ବା  ମୁଖପାତ୍ର ସୋନାଲି ଇସ୍ତଫା ଦେବା ଦଳକୁ ବଡ଼ ଝଟକା ଦେଇଛି କହିଲେ ଭୁଲୁ ହେବନି ।