ଓଡିଆନ୍ ନ୍ୟୁଜ

188

ଖରାରେ ସିଜୁଛି ସାରା ଓଡ଼ିଶା,ଏପ୍ରିଲ ୧୮ରୁ ଖରାଛୁଟି

Team Odian News |

ଖରାରେ ସିଜୁଛି ସାରା ଓଡ଼ିଶା,ଏପ୍ରିଲ ୧୮ରୁ ଖରାଛୁଟି


ଭୁବନେଶ୍ୱର,୧୬ /୪(ଓଡିଆନ ନ୍ୟୁଜ): ପ୍ରଚଣ୍ଡ ଖରାରେ ସିଜୁଛି ସାରା ଓଡ଼ିଶା । ଗତକାଲି ୧୨ଟି  ସହର ଆଉ ଆଜି ୮ ସହରରେ ତାପମାତ୍ରା  ସର୍ବାଧିକ ରେକର୍ଡ଼ ହୋଇଛି । ରାଜ୍ୟର ୮ଟି ସହରର ଆଜି ତାପମାତ୍ରା ୪୦ ଡ଼ିଗ୍ରୀରୁ ଉଦ୍ଧ୍ୱର୍ ଟପିଛି । ଏପରିକି ଟିଟିଲାଗଡ଼ ଓ ତାଳଚେରକୁ ପଛର ପକାଇ ଭୁବନେଶ୍ୱରରେ ସବୁଠାରୁ ଉତ୍ତପ୍ତ ସହର ହୋଇଛି ଆଜି  । ଆଜି ଭୁବନେଶ୍ୱରର ତାପମାତ୍ରା ସର୍ବାଧିକ ୪୩.୭ ଡ଼ିଗ୍ରୀ ରେକର୍ଡ ହୋଇଛି । ଏହା ସହ ରାଜ୍ୟର ଅନ୍ୟ ସହର ଗୁଡିକରେ ପାରଦ ୪୦ ଡିଗ୍ରୀ ପାଖାପାଖି ରହିଛି । ଖରା ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି। ଏପ୍ରିଲ ୧୮ ତାରିଖରୁ ସମସ୍ତ ବିଦ୍ୟାଳୟରେ ଖରାଛୁଟି ଘୋଷଣା କରାଯାଇଛି। ସ୍ଵତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଏ ନେଇ ଆଜି ସୂଚନା ଦେଇଛନ୍ତି। ଫଳରେ ଆସନ୍ତା ୧୮ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ରହିବ। କେବେ ସ୍କୁଲ ଖୋଲିବ ସେ​‌ ନେଇ​‌ କୌଣସି ସୂଚନା ଦିଆଯାଇ ନାହିଁ। ମେ ପ୍ରଥମ ସପ୍ତାହରେ ଖରାଛୁଟି ହେବାର ଥିଲା ।