ଓଡିଆନ୍ ନ୍ୟୁଜ

111

ଭେଲୋରେ ଆସନରେ ନିର୍ବାଚନ ବାତିଲ

Team Odian News |

ଭେଲୋରେ ଆସନରେ  ନିର୍ବାଚନ ବାତିଲ

ନୂଆଦିଲ୍ଲୀ,୧୬/୪(ଓଡିଆନ ନ୍ୟୁଜ):ତାମିଲନାଡୁର ଭେଲୋର ଲୋକସଭା ସିଟ୍ ପାଇଁ ଏପ୍ରିଲ ୧୮ରେ ହେବାକୁ ଥିବା ମତଦାନ ବାତିଲ କରି ଦିଆଯାଇଛି। ପୂର୍ବରୁ ଏନେଇ ନିର୍ବାଚନ କମିଶନ ରାଷ୍ଟ୍ରପତିଙ୍କୁ ଏକ ପତ୍ର ପଠାଇଥିବା ବେଳେ ଏପ୍ରିଲ ୧୮ରେ ମତଦାନ ହେବ ନାହିଁ ବୋଲି ଆଜି ସ୍ପଷ୍ଟ ହୋଇଛି । ସୂଚନାଯୋଗ୍ୟ, ଡିଏମକେ ପ୍ରାର୍ଥୀଙ୍କ କାର୍ଯ୍ୟାଳୟରୁ କିଛିଦିନ ତଳେ ବିପୁଳ ପରିମାଣର ଟଙ୍କା ଜବତ ହୋଇଥିଲା। ଏକ ସିମେଣ୍ଟ ଗୋଦାମରୁ କୋଟି କୋଟି ଟଙ୍କା ବସ୍ତାରେ ଭର୍ତ୍ତି କରାଯାଇ ରଖାଯାଇଥିବାର  ଜଣାପଡ଼ିଥିଲା। ଏହି ଟଙ୍କା ଜବତ ହେବାପରେ ବିପୁଳ ପରିମାଣର ଟଙ୍କା କାରବାର ହୋଇଥିବା ସନ୍ଦେହ କରି ଭେଲୋର ଲୋକସଭା ସିଟରେ ନିର୍ବାଚନ ସ୍ଥଗିତ ରଖିବା ପାଇଁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଥିଲେ, ଯାହାକୁ ଏବେ ବାତିଲ୍ କରି ଦିଆ ଯାଇଥିବା ସୂଚନା ମିଳିଛି । ଜିଲ୍ଲା ପୁଲିସ ଡିଏମକେ ପ୍ରାର୍ଥୀ କାଥିର ଆନନ୍ଦ ଓ ପାର୍ଟିର ଦୁଇ ଅନ୍ୟ ପଦାଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ।