ଓଡିଆନ୍ ନ୍ୟୁଜ

114

ରାଜଧାନୀରେ ମୋଦିଙ୍କ ରୋଡ ସୋ

Team Odian News |

ରାଜଧାନୀରେ ମୋଦିଙ୍କ ରୋଡ ସୋ


ଭୁବନେଶ୍ୱର,୧୬/୪(ଓଡିଆନ ନ୍ୟୁଜ):ସମ୍ବଲପୁରର ଜନସମାବେଶ ପରେ ପ୍ରଧାନମନ୍ତ୍ରୀ ମୋଦି ରାଜଧାନୀ ଭୁବେନଶ୍ୱରରେ ସନ୍ଧ୍ୟାରେ ପହଞ୍ଚିବାପରେ ବିମାନ ବନ୍ଦରଠାରୁ ବରମୁଣ୍ଡା ସମାବେଶ ପଡ଼ିଆ ପର୍ଯ୍ୟନ୍ତ ରୋଡ ସୋ କରିଥିଲେ। ଏହାପରେ ବରମୁଣ୍ଡା ପଡିଆରେ ଆୟୋଜିତ ଜନସମାବେଶରେ ଯୋଗଦେଇଥିଲେ ମୋଦି । ଏହି ସଭାରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ଅପରାଜିତା ଷଡଙ୍ଗୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଅନେକ ବରିଷ୍ଠ ବିଜେପି ନେତା ଉପସ୍ଥିତ ଥିଲେ। ବରମୁଣ୍ଡା ଜନସମାବେଶରେ  ମୋଦି ପୁଣି ଡବଲ ଇଞ୍ଜିନ କଥା ଉଠାଇଛନ୍ତି। ଡବଲ ଇଞ୍ଜିନ ହେଲେ ବିକାଶର ଗତି ବୃଦ୍ଧି ପାଇବ ବୋଲି ସେ ପ୍ରକାଶ କରିଛନ୍ତି। ପିସି ପାଇଁ ରାଜ୍ୟ ସରକାର ବିକାଶକୁ ରୋକି ଦେଇଥିବା ଅଭିଯୋଗ କରି କହିଛନ୍ତି। କେନ୍ଦ୍ରର ଅନେକ ଜନ ହିତକର ଯୋଜନାର ସୁଫଳ ରାଜ୍ୟ ଗ୍ରହଣ କରୁ ନାହିଁ ବୋଲି ସେ କହିଛନ୍ତି। ଏହାସହ ଶାସକ ଦଳ ପକ୍ଷରୁ ବିଜେପି  କର୍ମୀଙ୍କ ଉପରେ ଆକ୍ରମଣ କରାଯାଉଥିବା ସେ ପ୍ରକାଶ କରିଛନ୍ତି। ଖୋର୍ଦ୍ଧାରେ ବିଜେପି କର୍ମୀ ମଙ୍ଗୁଳି ଜେନାଙ୍କୁ ଏହି ଗୁଣ୍ଡାମାନେ ହତ୍ୟା କରିଥିବା ମୋଦୀ ଅଭିଯୋଗ କରିଛନ୍ତି ରୋଡ ସୋ ସମୟରେ ସେ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ଦେଖିଥିବାର ପ୍ରକାଶ କରିଥିଲେ ।  କ୍ଷମତା ପାଇଁ କିଛି ବିରୋଧିଦଳ ଅସାଧୁ ମେଣ୍ଟ କରିଥିବା ପ୍ରଧାନମନ୍ତ୍ରୀ ମୋଦୀ ପ୍ରକାଶ କରିଛନ୍ତି। ଏହା ସହ କଂଗ୍ରେସ ଉପରେ  ମୋଦୀ ବର୍ଷୀଛନ୍ତି। ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଦେଶରେ ରିମୋଟ କଣ୍ଟ୍ରୋଲ ସରକାର ଚାଲିଥିଲା। କଂଗ୍ରେସ ଭୋଟ ବ୍ୟାଙ୍କ ରାଜନୀତି କରୁଥିବା ସେ ଅଭିଯୋଗ କରିଛନ୍ତି ।