ଓଡିଆନ୍ ନ୍ୟୁଜ

114

କଟକରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ

Team Odian News |

କଟକରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ
କଟକ ୧୭/୪(ଓଡିଆନ ନ୍ୟୁଜ) : କଟକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ୍ ଶୋ। ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ବସ୍‌ରେ ସହରର ବିଭିନ୍ନ ଅଞ୍ଚଳ ଦେଇ ରୋଡ୍ ଶୋ କରିଥିଲେ। ବହୁ ସଂଖ୍ୟାରେ ଲୋକ ରାସ୍ତାର ଉଭୟ ପାର୍ଶ୍ୱରେ ଛିଡ଼ା ହୋଇ ସ୍ୱାଗତ କରିଥିଲେ।ମୁଖ୍ୟମନ୍ତ୍ରୀ ହାତ ହଲାଇ ଲୋକଙ୍କୁ ଅଭିବାଦନ ଜଣାଇଥିଲେ।କଟକରେ ନବୀନଙ୍କ ରୋଡ୍ ଶୋ ସିଡିଏ ମଣ୍ଟେଶ୍ୱରୀଗଡ଼ାରୁ ଆରମ୍ଭ ହୋଇଥିଲା। ଏହାପରେ ସେ ସତୀଚଉରା, କନିକା ଛକ, ବକ୍ସିବଜାର, ରିଙ୍ଗ ରୋ଼ଡ୍, ବଜ୍ରକବାଟି, ଦୋଳମୁଣ୍ଡାଇ, ଶିଖରପୁର ଆଦି ଅଞ୍ଚଳକୁ ଯାଇଥିଲେ। ଏହି ଶୋ ୪୨ ମୌଜା ଦେଇ ପ୍ରେସ୍‌ ଛକରେ ଶେଷ ହୋଇଥିଲା। ମୁଖ୍ୟମନ୍ତ୍ରୀ କଟକରେ ନିର୍ବାଚନୀ ପ୍ରଚାର ବେଳେ କଟକଚଣ୍ଡୀ ମନ୍ଦିରକୁ ଯାଇ ମା’ଙ୍କ ଦର୍ଶନ କରିଥିଲେ।