ଓଡିଆନ୍ ନ୍ୟୁଜ

196

ବରଗଡ଼ ଜନସମାବେଶରେ ବିଜେପିରେ ସାମିଲ ହେଲେ ଦେଲେ ଅଶୋକ ପାଣିଗ୍ରାହୀ

Team Odian News |

ବରଗଡ଼   ଜନସମାବେଶରେ ବିଜେପିରେ ସାମିଲ ହେଲେ  ଦେଲେ ଅଶୋକ ପାଣିଗ୍ରାହୀ 
ବରଗଡ଼,୨/୧୦(ଓଡ଼ିଆନ୍‍ ନ୍ୟୁଜ୍‍ ): ହଜାର ହଜାର ସମର୍ଥକଙ୍କ ସହିତ ଆଜି ଭାରତୀୟ ଜନତା ପାର୍ଟିରେ ଆନୁଷ୍ଠାନିକଭାବେ ସାମିଲ ହୋଇଛନ୍ତି ବିଜେପୁର ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ । ବରଗଡ଼ ବରପାଲି ଜଗନ୍ନାଥପୁର ପଡ଼ିଆରେ ଆୟୋଜିତ ଏକ ବିଶାଳ ଜନସମାବେଶରେ ଅଶୋକ ବିଜେପିରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବରେ ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି ଶ୍ରୀ ପାଣିଗ୍ରାହୀ । ପୂର୍ବତନ ଦିବଂଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପତ୍ନୀଙ୍କୁ ବିଜେଡ଼ି ଅତି ତରବରିଆ ଭାବେ ବିଜେପୁର ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । ଅନ୍ୟପକ୍ଷରେ କିନ୍ତୁ କଂଗ୍ରେସ ଓ ବିଜେପି ଏ ପର୍ୟ୍ୟନ୍ତ କାହାକୁ ପ୍ରାର୍ଥୀ କରିବେ ସେ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତିରେ ପହଁଚି ପାରି ନାହାଁନ୍ତି । ତେବେ ବିଜେଡ଼ି ଦଳରୁ ବହିଷ୍କୃତ ହୋଇଥିବା ବିଜେପୁର ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ବିଜେପିରେ ଆଜି ଆନୁଷ୍ଠାନିକଭାବରେ ସାମିଲ ହୋଇଛନ୍ତି । ଅଶୋକ ପାଣିଗ୍ରାହୀ ତାଙ୍କର ହଜାର ହଜାର ସର୍ମଥକଙ୍କ ସହିତ ବିଜେପିରେ ମିଶିଛନ୍ତି । ତେବେ ଅଶୋକ ପାଣିଗ୍ରାହୀ ବିଜେପୁର ଉପ ନିର୍ବାଚନ ଲଢ଼ିବେ କି ନାହିଁ ସେ ନେଇ କିଛି ଦଳରୁ ପକ୍ଷରୁ ସୂଚନା ଦିଆଯାଇ ନାହିଁ । ଏହି ମିଶ୍ରଣ ପର୍ବରେ ବିଜେପି ନିଜର ଶକ୍ତି ପ୍ରଦର୍ଶନ କରିବା ସହିତ ବିଜେପୁର ଉପ ନିର୍ବାଚନ ନେଇ ରଣ ହୁଂକାର ଦେଇଛି । ଆଜିର ଏହି ମିଶ୍ରଣ ପର୍ବରେ ଅନ୍ୟ ମାନଙ୍କ ମଧ୍ୟରେ ସୁରେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ, ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଓ ଅନ୍ୟ ନେତୃବୃନ୍ଦ ମଧ୍ୟ ଉପସ୍ଥିତ ଥଲେ ।