ଓଡିଆନ୍ ନ୍ୟୁଜ

203

ପୂର୍ବତନ ସାସଂଦ ଗୟାଚାନ୍ଦ ଭୂୟାଁଙ୍କ ସ୍ମୃତିସଭା

Team Odian News |

ପୂର୍ବତନ ସାସଂଦ ଗୟାଚାନ୍ଦ ଭୂୟାଁଙ୍କ ସ୍ମୃତିସଭା
କେନ୍ଦ୍ରାପଡ଼ା ୧୭/୪(ଓଡିଆନ ନ୍ୟୁଜ)  : ବିଶିଷ୍ଟ ଆଇନଜିବୀ,ପୂର୍ବତନ ସାସଂଦ ଓ ସମାଜସେବୀ ଗୟାଚାନ୍ଦ ଭୂୟାଁଙ୍କ ସ୍ମୃତିସଭା ଜିଲ୍ଲା ପ୍ରତିଭା ପୂଜା ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ମାଧପୁରସ୍ଥିତ ଅମରଉଦ୍ୟାନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସଂସଦର ସଭାପତି ପ୍ରଦିପ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସର୍ବ ଭାରତୀୟ ସ୍ତରୀୟ ଶ୍ରମିକ ନେତା କିଶୋର ଚନ୍ଦ୍ର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୂର୍ଗତ ଭୂୟାଁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ସମୟ ଯାହାକୁ ସହଜରେ ଭୁଲିପାରିବନି ଓ ଯାହାଙ୍କ ପାଦ ଚିହ୍ନକୁ ସମାଜ ସହଜରେ ଭୁଲି ପାରିବନି ସେହିମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ସୂର୍ଗତ ଗୟାଚାନ୍ଦ ଭୂୟାଁ । କାରଣ ତାଙ୍କ ପରଲୋକର ୩୧ବର୍ଷ ପରେବି ପ୍ରତିଭା ପୂଜା ସଂସଦ ଦ୍ୱାରା ଆୟୋଜିତ ଏହି ସଭାରେ ତାଙ୍କୁ ଭଲପାଉଥିବା ଏତେସଂଖ୍ୟାରେ ଲୋକମାନେ ଉପସ୍ଥିତ ଅଛନ୍ତି । ଆଲୋକବର୍ତ୍ତିକାର ଆଲୋକ ଯେତେ କ୍ଷୀଣ ହେଲେବି ସିଏ ଅନ୍ଧାରକୁ ନିର୍ବାପିତ କରିଥାଏ ଓ ସତ୍ୟର ସ୍ୱର  ଯେତେ କ୍ଷୀଣ ହେଲେବି ତାହା ସତ୍ୟତା ହିଁ ପ୍ରକାଶ କରିଥାଏ । ଠିକ ସେହିଭଳି ସୂର୍ଗତ ଭୂୟାଁଙ୍କ ସ୍ମୃତି ଆଗାମୀ ପିଢିଙ୍କୁ ପ୍ରେରଣା ଯୋଗାଇବ ଲୋକେଯତେ କମଥିଲେବି । ଅତ୍ୟରମ ଅତିଥି ଭାବରେ ଅଧ୍ୟାପଡକ ଅଜୟ କୁମାର ରାଉତ,ଅବସରପ୍ରାପ୍ତ ଜିଲ୍ଲାଜଜ କୁଞ୍ଜବିହାରି ସାହୁ,ବରିଷ୍ଠ ଆଇନଜିବୀ ଉମେଶ ଚନ୍ଦ୍ର ସିଂ ପ୍ରମୁଖ ଯୋଗଦେଇ ସୂର୍ଗତ ଭୂୟାଁଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଗୋଲଖ ପଢିହାରୀ ଅତିଥି ପରିଚୟ,ମୁକ୍ତାର ଖାଁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସୟଦ ଅବଦୁଲ ସତ୍ତାର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜକିଶୋର ମହାନ୍ତି,ଆଦିକନ୍ଦ ରାଉଳ,ଭାଗିରଥୀ ଜେନା,ସୁବାଷ ପାତ୍ର,ନିରଞ୍ଜନ ଦାସ,ବସନ୍ତ ସେଠୀ,ପ୍ରମୋଦ ମହାପାତ୍ର,ପ୍ରଫୁଲ୍ଲ ଦାସ,ଅକ୍ଷୟ କୁମାର ମହାନ୍ତି,ଅଧ୍ୟାପକ ଅଜୟ ସାମଲ,ଅମରେଶ ରଥ,ଅକମଲ ଅଲ୍ଲୀ,ମୁକ୍ତାର ଅଲ୍ଲୀ,ନଳିନୀବିହାରୀ ମହାନ୍ତି,ପ୍ରମୋଦ ଭୋଳ ପ୍ରମୁଖ ଯୋଗଦେଇ ସୂର୍ଗତ ଭୂୟାଁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।