ଓଡିଆନ୍ ନ୍ୟୁଜ

229

ଆଳି:କଂଗ୍ରେସ ଏବଂ ବିଜେଡ଼ି ଛାଡ଼ି ଶତାଧିକ କର୍ମୀ ବିଜେପିରେ ଯୋଗଦେଲେ ।

Team Odian News |

ଆଳି:କଂଗ୍ରେସ ଏବଂ ବିଜେଡ଼ି ଛାଡ଼ି ଶତାଧିକ କର୍ମୀ ବିଜେପିରେ ଯୋଗଦେଲେ । 
ଆଳି,୧୯ା୪(ଓଡ଼ିଆନ୍‍ ନ୍ୟୁଜ୍‍): ଆଳି ନିର୍ବାଚନ ମଣ୍ଡଳୀର ଶତାଧିକ କଂଗ୍ରେସ ଏବଂ ବିଜେଡ଼ି କର୍ମୀ ଗୁରୁବାର ବିଜେପି ଦଳରେ ସାମିଲ ହୋଇଛନ୍ତି  ।  ଆଳି ବ୍ଲକ୍‍ର ଦେସାହି ଗ୍ରାମପଞ୍ଚାୟତ ସହିତ ଆଳିର ଧୋୟା ଅଞ୍ଚଳର ଶତାଧିକ କଂଗ୍ରେସ ଏବଂ ବିଜେଡ଼ି କର୍ମୀମାନେ  ବିଜେପି ବିଧାୟକ ପ୍ରାର୍ଥୀ ଦୋଳଗୋବିନ୍ଦ ନାୟକଙ୍କ ପ୍ରତି ଆସ୍ଥା ପ୍ରକଟ କରି ବିଜେପି ଦଳରେ ଯୋଗଦେଇଛନ୍ତି  । ବିଧାୟକ ପ୍ରାର୍ଥୀ ଶ୍ରୀନାୟକଙ୍କ ଲୋକପ୍ରିୟତା ସହିତ ଆଞ୍ଚଳିକ ଉନ୍ନୟନ ଆଉ ବିକାଶଧାରାକୁ ତ୍ୱରାନ୍ୱିତ କରିବାରେ ଆମେ ଦୁଇ ପାଦ ଆଗକୁ ନେବାରେ ସହଯୋଗ କରୁଛୁ ବୋଲି ବିଜେପି ଦଳରେ ଯୋଗଦେଇଥିବା କର୍ମୀମାନେ କହିଛନ୍ତି  । ଏହି ସମାବେଶରେ ବିଜେପି ପ୍ରାର୍ଥୀ  ଶ୍ରୀନାୟକଙ୍କୁ ବିଜୟୀ କରାଇବା ପାଇଁ ସମସ୍ତ କର୍ମୀମାନେ ଶପଥ ନେଇଥିଲେ  । ରାଜକନିକା ନେଉଳଗଡ଼ିଆ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାବେଶରେ ବିଜେପିର ଆଳି ବିଧାନସଭା ପ୍ରାର୍ଥୀ ଦୋଳଗୋବିନ୍ଦ ନାୟକ ନୂତନ କର୍ମୀମାନଙ୍କୁ ବିଜେପି ଦଳୀୟ ଟୋପି ଏବଂ ଅଙ୍ଗବସ୍ତ୍ର ଦେଇ ଶୁଭେଚ୍ଛା ପ୍ରଦାନ କରିବା ସହିତ ସ୍ୱାଗତ କରିଥିଲେ  । ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ବ୍ରଜସୁନ୍ଦର ଭୂୟାଁ, ଦଶରଥ ସେନାପତି, ବିସି ଦାସ, ରଶ୍ମିରଞ୍ଜନ ବେହୁରା, ଜିତା ଦାସ, ବେଣୁଧର ପରିଡ଼ା, ଏବଂ ମନୋଜ ସେନାପତିଙ୍କ ସହିତ ସମସ୍ତ କାର୍ଯ୍ୟକର୍ତ୍ତାମାନେ ଯୋଗଦେଇଥିଲେ  । ଏହି ସମାବେଶ ପୂର୍ବରୁ କର୍ମୀମାନେ ଏକ ଶୋଭାଯାତ୍ରାରେ ସଭାସ୍ଥଳରେ ପହଞ୍ଚିଥିଲେ  । ଆଳି କନିକା ଅଞ୍ଚଳରେ ଉନ୍ନତି ସହିତ ଲୋକମାନଙ୍କର ସାମୂହିକ ସମସ୍ୟାକୁ ଦୂର କରିବା ହିଁ ମୋର ଏକ ମାତ୍ର ଲକ୍ଷ୍ୟ ବୋଲି ବିଧାୟକ ପ୍ରାର୍ଥୀଶ୍ରୀ ନାୟକ କହିଛନ୍ତି  । ନିର୍ବାଚନ ଯେତେ ପାଖେଇ ଆସୁଛି, ବିଧାୟକ ପ୍ରାର୍ଥୀ ଶ୍ରୀନାୟକଙ୍କ ପ୍ରତି  ଜନସମର୍ଥନ ଦିନକୁ ଦିନ ବଢ଼ିବାରେ ଲାଗିଛି  ।