ଓଡିଆନ୍ ନ୍ୟୁଜ

174

ଖୁବଶୀଘ୍ର ବିମାନ ଉଡାଇବେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ!

Team Odian News |

 ଖୁବଶୀଘ୍ର ବିମାନ ଉଡାଇବେ  ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ!

ନୂଆଦିଲ୍ଲୀ,୨୦/୪ (ଓଡିଆନ ନ୍ୟୁଜ): ଖୁବଶୀଘ୍ର ଭାରତୀୟ  ବାୟୁସେନା କ୍ୟାମ୍ପକୁ ଫେରିବା ସହ ଯୁଦ୍ଧ ବିମାନ ଉଡ଼ାଇବେ ଓ୍ଵିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ବର୍ଦ୍ଦମାନ। ବେଙ୍ଗାଲୁରର ଇଂଷ୍ଟିଚ୍ୟୁଟ୍ ଅଫ୍ ଏରୋସ୍ପେସ୍ ମେଡିସିନ୍ ପକ୍ଷରୁ ଅନ୍ତିମ ମଞ୍ଜୁରି ମିଳିବା ପରେ ସେ ବିମାନ ଉଡ଼ାଣ ଭରିପାରିବେ ବୋଲି ସୂଚନା ମିଳିଛି  । ପୂର୍ବରୁ ଅଭିନନ୍ଦନ ହସ୍ପିଟାଲରୁ ଫେରି ନିଜ ଘରକୁ ନ ଯାଇ ସିଧାସଳଖ ବାୟୁସେନାରେ ଯୋଗ ଦେଇଥିଲେ । ମାତ୍ର ସେ ଶାରୀରିକ କ୍ଷେତ୍ରରେ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇନଥିବାରୁ ତାଙ୍କୁ ବିମାନ ଚଳାଇବାର ଅନୁମତି ମିଳିନଥିଲା । କିନ୍ତୁ ଅଭିନନ୍ଦନ ବର୍ତ୍ତମାନ ସୁସ୍ଥ ହେବାକୁ ଲାଗିବାରୁ ଏହି କିଛି ଦିନ ମଧ୍ୟରେ ବିମାନ ଉଡ଼ାଇବାର ଅନୁମତି ପାଇପାରିବେ ବୋଲି ଜଣାପଡ଼ିଛି । ଫେବ୍ରୁଆରି ୨୭ ତାରିଖରେ ଭାରତ ସୀମା ଡେଇଁ ଆକ୍ରମଣ କରିବାକୁ ପଶି ଆସିଥିବା ପାକିସ୍ତାନ ଯୁଦ୍ଧ ବିମାନ ଏଫ୍-୧୬କୁ  ଖସେଇବାକୁ ଯାଇ ପିସ୍ତାନରେ  ପାକିସ୍ତାନରେ ଖସି ପଡ଼ି ବନ୍ଦୀ ହୋଇ ରହିଥିଲେ । ଏହି ସମୟରେ ତାଙ୍କୁ ଗଭୀର ଆହତ ଲାଗିଥିଲା ।୫୬ ଘଣ୍ଟା ପାକିସ୍ତାନରେ  ବିତାଇବା ପରେ ପୂର୍ଣ୍ଣ ସମ୍ମାନର ସହ ଦେଶକୁ ଫେରିଥିଲେ ଓ୍ଵିଙ୍ଗ୍ କମାଣ୍ଡର୍ ।