ଓଡିଆନ୍ ନ୍ୟୁଜ

194

ବିବାଦୀୟ ମନ୍ତବ୍ୟ ପାଇଁ ସାଧ୍ୱୀ ପ୍ରଜ୍ଞା ନିର୍ବାଚନ କମିଶନ ଜବାବ ତଲବ

Team Odian News |

ବିବାଦୀୟ ମନ୍ତବ୍ୟ ପାଇଁ  ସାଧ୍ୱୀ ପ୍ରଜ୍ଞା ନିର୍ବାଚନ କମିଶନ ଜବାବ ତଲବ

ନୂଆଦିଲ୍ଲୀ,୨୦/୪ (ଓଡିଆନ ନ୍ୟୁଜ):ଭୋପାଳ ଲୋକସଭା ଆସନରୁ ଲଢ଼ୁଥିବା ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞାଙ୍କୁ ଶହୀଦ ହେମନ୍ତ କରକରେଙ୍କ ଉପରେ ଦେଇଥିବା ବିବାଦୀୟ ବୟାନ ଉପରେ ଜିଲ୍ଲା ନିର୍ବାଚନ ଅଧିକାରୀ ନୋଟିସ ଜାରି କରିଛନ୍ତି। ୨୪ଘଣ୍ଟା ମଧ୍ୟରେ ଜବାବ ଦେବାକୁ ନିର୍ବାଚନ ଅଧିକାରୀ ସମୟ ଧାର୍ଯ୍ୟ କରିଛନ୍ତି। ବିଜେପି ମଧ୍ୟ ସାଧ୍ୱୀଙ୍କ ମନ୍ତବ୍ୟ ଠାରୁ ନିଜକୁ ଦୁରେଇ ରଖିଥିଲା ଏବଂ କହିଥିଲା ଯେ ଏହା ସାଧ୍ୱୀଙ୍କ ବ୍ୟକ୍ତିଗତ ମତ, ଏଥିରେ ଦଳର କିଛି କରିବାର ନାହିଁ। ସାଧ୍ୱୀ କରକରେଙ୍କ ଉପରେ ବିବାଦୀୟ ବୟାନ ଦେଇ କହିଥିଲେ, ସେ ଦେଇଥିବା ଅଭିଶାପ ଯୋଗୁ ୨୬/୧୧ ମୁମ୍ବାଇ ଆକ୍ରମଣରେ କରକରେଙ୍କ ମୃତ୍ୟୁ ହୋଇଥିଲା। ବିଜେପି କହିଥିଲା, ବର୍ଷ ବର୍ଷ ଧରି ତାଙ୍କ ଉପରେ ହୋଇଥିବା ଶାରୀରିକ ଓ ମାନସିକ ନିର୍ଯାତନା ଯୋଗୁ ସେ ଏଭଳି ମତ ଦେଇଥାଇ ପାରନ୍ତି। ପରେ ସାଧ୍ୱୀ ପ୍ରଜ୍ଞା ନିଜ ବୟାନ ଫେରେଇ ନେଇ ଥିଲେ ଓ କ୍ଷମା ମାଗିଥିଲେ ମଧ୍ୟ ନିର୍ବାଚନ କମିଶନ ଜବାବ ତଲବ କରିଛନ୍ତି।