ଓଡିଆନ୍ ନ୍ୟୁଜ

142

ଏଡିଆର ରିପୋର୍ଟ :ପିନାକୀ ମିଶ୍ର ଓ ବବି ମହାନ୍ତି ସବୁଠାରୁ ଧନୀ

Team Odian News |

ଏଡିଆର ରିପୋର୍ଟ :ପିନାକୀ ମିଶ୍ର ଓ ବବି ମହାନ୍ତି  ସବୁଠାରୁ ଧନୀ


ଭୁବନେଶ୍ୱର,୨୦/୪(ଓଡିଆନ ନ୍ୟୁଜ):  ରାଜ୍ୟରେ ଏପ୍ରିଲ ୨୩ ତାରିଖରେ  ତୃତୀୟ ପର୍ଯ୍ୟାୟ ନିର୍ବାଚନ  ଅନୁଷ୍ଠିତ ହେବ । ୬ଟି ଲୋକ ସଭା ସହ ୪୨ଟି ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ ।  ଏଥିରେ ବିଧାନସଭା ପାଇଁ ୩୫୬ ଜଣ ପ୍ରାର୍ଥୀ ଲୋକ ସଭା ପାଇଁ ୬୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ବିଧାନ ସଭା ପ୍ରାର୍ଥୀଙ୍କ ମଧ୍ୟରେ ବଡମ୍ବାର ବବି ମହାନ୍ତି ସବୁଠାରୁ ଧନୀ ପ୍ରାର୍ଥୀ ବୋଲି ଏଡିଆର୍‌ ରିପୋର୍ଟରେ ଦର୍ଶାଯାଇଛି । ବବିଙ୍କର ମୋଟ ସମ୍ପତ୍ତି ମୂଲ୍ୟ ୧୦୬ କୋଟି ୩୨ ଲକ୍ଷ ଟଙ୍କା ।  ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଦ୍ୱିତୀୟ ଧନୀ ପ୍ରାର୍ଥୀ ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ୬୦ କୋଟି ଟଙ୍କା । ଚମ୍ପୁଆର ସ୍ୱାଧୀନ ପ୍ରାର୍ଥୀ ଶ୍ରୀମନ୍ତ କୁମାର ତ୍ରିପାଠୀ ତୃତୀୟ ଧନୀ । ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୪୬ କୋଟି ଟଙ୍କା । ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ ପିନାକୀ ମିଶ୍ର ସବୁଠାରୁ ଧନୀ  । ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୧୧୭ କୋଟି ଟଙ୍କା  । ସେ ପୁରୀ ଲୋକ ସଭା ଆସନପାଇଁ ବିଜେଡି ପ୍ରାର୍ଥୀ । ନୀତିଶ ଗଙ୍ଗ ଦେବ ଦ୍ୱିତୀୟ ଧନୀ ପ୍ରାର୍ଥୀ ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ୨୬ କୋଟି ଟଙ୍କା । ସେ ସମ୍ବଲପୁର ଲୋକ ସଭା ଆସନ ପାଇଁ ବିଜେପି ପ୍ରାର୍ଥୀ । କାମାକ୍ଷା ପ୍ରସାଦ ସିଂଦେଓ ତୃତୀୟ ଧନୀ ପ୍ରାର୍ଥୀ ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ୧୫ କୋଟି ଟଙ୍କା । ଢେଙ୍କାନାଳ ଲୋକସଭା ଆସନ ପାଇଁ ସେ କଂଗ୍ରେସର ପ୍ରାର୍ଥୀ । ସେହିଭଳି ୧୧୯ ଜଣକ ନାମରେ ଅପରାଧିକ ମାମଲା ରହିଛି ।