ଓଡିଆନ୍ ନ୍ୟୁଜ

220

ରାତି ପହିଲେ ତୃତୀୟ ପର୍ଯ୍ୟାୟ ନିର୍ବାଚନ,ପ୍ରସ୍ତୁତି ଶେଷ ପର୍ଯାୟରେ

Team Odian News |

ରାତି ପହିଲେ ତୃତୀୟ ପର୍ଯ୍ୟାୟ ନିର୍ବାଚନ,ପ୍ରସ୍ତୁତି ଶେଷ ପର୍ଯାୟରେ


ଭୁବନେଶ୍ୱର,୨୨/୪(ଓଡ଼ିଆନ ନ୍ୟୁଜ): ରାତି ପାହିଲେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଗତକାଲିଠାରୁ ନିର୍ବାଚନ ପ୍ରଚାର  ସାରିଥିବାବେଳେ ଆଜି ଏହାର ପ୍ରସ୍ତୁତି ଶେଷ ପର୍ଯାୟରେ ପହଁଚିଛି ବୋଲି  ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି  । ସିଇଓ ସୁରେନ୍ଦ୍ର କୁମାରଙ୍କ ସୂଚନା ମୁତାବକ, ଆସନ୍ତାକାଲି ତୃତୀୟ ପର୍ଯ୍ୟାୟରେ ୧୦ ହଜାର ୪୬୪ଟି ପୋଲିଂ ବୁଥରେ ଭୋଟ୍ ଗ୍ରହଣ କରାଯିବ । ତେବେ ଏହି ବୁଥ ମଧ୍ୟରୁ ୩ ହଜାର ୧୮୬ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି । ସେହିପରି ୪୭ଲକ୍ଷ ୯୯ ହଜାର ୩୦ ଜଣ ପୁରୁଷ ଭୋଟର, ୪୪ଲକ୍ଷ ୫୬ହଜାର ୭୨୯ ଜଣ ମହିଳା ଭୋଟର ଓ ୧୧୬୩ ଜଣ ତୃତୀୟ ଲିଙ୍ଗ ଭୋଟରଙ୍କୁ ମିଶାଇ ମୋଟ ୯୨ ଲକ୍ଷ ୫୬ ହଜାର ୯୨୨ ଜଣ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ଅନ୍ୟପଟେ ୬ ଗୋଟି ସଂସଦୀୟ କ୍ଷେତ୍ର ଯଥା, ସମ୍ବଲପୁର, କେଉଁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ସହ ଏହା ଅଧୀନସ୍ଥ ୪୨ ଗୋଟି ବିଧାନସଭା ଆସନରେ ମୋଟ୍ ୫୯ ହଜାର ୫୦୦ ପୋଲିଂ ଅଧିକାରୀ ନିୟୋଜିତ ଅଛନ୍ତି । ୬୦୦ ବୁଥରେ ସିଏଏଫ୍ ନିୟୋଜିତ ରହିଛନ୍ତି । ୭୭୯ଟି ବୁଥରେ ସିସିଟିଭି, ୩୭୨ଟି ବୁଥରେ ଭିଡ଼ିଓଗ୍ରାଫି ସୁବିଧା ବ୍ୟବସ୍ଥା କରାଯାଇଛି ।