ଓଡିଆନ୍ ନ୍ୟୁଜ

143

ପ୍ରଧାନମନ୍ତ୍ରୀ ମୋଦୀ ରାଜଘାଟ ପହଞ୍ଚି ବାପୁଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି,

Team Odian News |

ପ୍ରଧାନମନ୍ତ୍ରୀ ମୋଦୀ ରାଜଘାଟ ପହଞ୍ଚି ବାପୁଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି, 
ନୂଆଦିଲ୍ଲୀ,୨/୧୦(ଓଡ଼ିଆନ୍‍ ନ୍ୟୁଜ୍‍ ): ସାରା ଦେଶରେ ସୋମବାର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୪୮ତମ ଜୟନ୍ତୀ ପାଳନ ହେଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସକାଳୁ ରାଜଘାଟ ପହଞ୍ଚି ମହାତ୍ମା ଗାନ୍ଧୀଙ୍କ ସମାଧୀ ପୀଠରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ସମାଧୀ ପୀଠରେ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ପୂର୍ବରୁ ମୋଦୀ ଟୁଇଟର ଜରିଆରେ ଗାନ୍ଧିଜୀଙ୍କୁ ପ୍ରଣାମ ଜଣାଇଛନ୍ତି । ଗାନ୍ଧୀ ଜୟନ୍ତୀ ସହିତ ଦେଶରେ ସୋମବାର ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ମଧ୍ୟ ପାଳନ ହେଉଛି । ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ମଧ୍ୟ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ମନମୋହନ ସିଂହ ଲାଲ ବାହାଦୂର ଶାସ୍ତ୍ରୀଙ୍କ ସମାଧୀ ପୀଠକୁ ଯାଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । 

ସୂଚନାଯୋଗ୍ୟ, ୩ବର୍ଷ ପୂର୍ବରୁ ଆଜିର ଦିନିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଅତି ମହତକାଂକ୍ଷୀ ଯୋଜନା ‘ସ୍ୱଚ୍ଛ ଭାରତ ଅଭିଯାନ’ ଆରମ୍ଭ କରିଥିଲେ । ଏହାରି ଭିତରେ କେନ୍ଦ୍ରୀୟ ଆବାସ ଏବଂ ନଗର ବ୍ୟାପାର ମନ୍ତ୍ରାଳୟ  ୭ଟି ବର୍ଗରେ ବ୍ୟକ୍ତି/ସଂସ୍ଥାକୁ ସ୍ୱଚ୍ଛତା ପୁରସ୍କାର ପ୍ରଦାନ କରିବ । ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ଆଜି ଉଦଯାପନ ହେବ । ଏହି ଅବସରରେ ଜାତୀୟ ରାଜଧାନୀ ଦିଲ୍ଲୀର ବିଜ୍ଞାନ ଭବନରେ ମୋଦୀଙ୍କ ଅଧ୍ୟକ୍ଷତାରେ ଏକ କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଉମା ଭାରତୀ, ହରଦୀପ ସିଂହ ପୁରୀ, ଏସଏସ ଆଲୁୱାଲିଆ ଓ ରମେଶ ଚାନ୍ଦପ୍ପା ଉପସ୍ଥିତ ରହିବେ । 

ସେହିଭଳି ରାଷ୍ଟ୍ରପତି କୋବିନ୍ଦ, ଗାନ୍ଧିଜୀଙ୍କ ଜନ୍ମସ୍ଥଳୀ ପେରବନ୍ଦର ଯିବେ । ସେଠାରେ ସେ ଗ୍ରାମୀଣ ଗୁଜୁରାଟ ନିର୍ମାଣ କାର୍ୟ୍ୟକ୍ରମରେ ଭାଗ ନେବେ । କାର୍ୟ୍ୟକ୍ରମରେ ଗୁଜୁରାଟ ରାଜ୍ୟପାଳ ଓପି କୋହଲି ଓ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଉପସ୍ଥିତ ରହିବେ । ମହାତ୍ମା ଗାନ୍ଧୀ ସ୍ୱଚ୍ଛ ଭାରତ ଅଭିଯାନ(ଗ୍ରାମୀଣ) ବଳରେ ରାଷ୍ଟ୍ରୀୟ ସ୍ୱଚ୍ଛତା ଦର୍ପଣ ପ୍ରତିସ୍ପର୍ଦ୍ଧା ଗୁଜୁରାଟର ୧୯ଟି ଜିଲ୍ଳାରେ ସଫଳତା ପାଇଛି । ଗୁଜୁରାଟର ୩୩ଟି ଜିଲ୍ଲା, ୨୪୭ ବ୍ଲକ ଓ ୧୪,୦୬୦ ପଞ୍ଚାୟତରେ ଖୋଲାରେ ଶୌଚମୁକ୍ତ କରାଯାଇଛି ।