ଓଡିଆନ୍ ନ୍ୟୁଜ

212

୨୬ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି

Team Odian News |

୨୬ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି


ଭୁବନେଶ୍ୱର,୨୨/୪(ଓଡ଼ିଆନ ନ୍ୟୁଜ): ଆସନ୍ତା ୨୬ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ଏହି ଅବସରରେ ସେ ବାଲେଶ୍ୱରରେ ଓ ଜଗତସିଂହପୁର ନିର୍ବାଚନୀ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। କଂଗ୍ରେସ ସଭାପତିଙ୍କ ଓଡ଼ିଶା ଗସ୍ତ ନେଇ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ମାର୍ଚ୍ଚ ୧୫ ତାରିଖରେ ରାହୁଲ ଗାନ୍ଧି ଓଡ଼ିଶା ଆସିଥିଲେ। ବରଗଡ଼ରେ ନିର୍ବାଚନୀ ସଭାରେ ସେ ଯୋଗ ଦେଇଥିଲେ। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷଥିଲେ ରାହୁଲ। ଚତୃର୍ଥ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧିଙ୍କ ଗ୍ରସ୍ତ ରାଜ୍ୟ କଂଗ୍ରେସ ପାଇଁ ଲାଭଦାୟକ ହେବ ବୋଲି ଆଶାକରା ଯାଇପାରେ।