ଓଡିଆନ୍ ନ୍ୟୁଜ

126

ନାମାଙ୍କନ ପତ୍ର ଦାଖଲ କଲେ ସନି ଦେଓଲ

Team Odian News |

ନାମାଙ୍କନ ପତ୍ର ଦାଖଲ  କଲେ ସନି ଦେଓଲ


ନୂଆଦିଲ୍ଲୀ,୨୯/୪(ଓଡ଼ିଆନ ନ୍ୟୁଜ): ପଞ୍ଜାବର ଗୁରୁଦାସପୁର ଲୋକସଭା ଆସନରୁ ବିଜେପି ଟିକେଟରେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବଲିଉଡ ଅଭିନେତା ସନି ଦେଓଲ। ନାମାଙ୍କନ ପତ୍ର ଦାଖଲ ସମୟରେ ଅଭିନତା ସନି ହଳଦିଆ ରଙ୍ଗର ପଗଡି ପନ୍ଧିଥିବା ସହ ତାଙ୍କ ସାଙ୍ଗରେ ଥିଲେ ସାନ ଭାଇ ତଥା ବଲିଉଡ୍ ଅଭିନେତା ବବି ଦେଓଲ ଏବଂ ପଞ୍ଜାବ ପ୍ରଦେଶ ଅଧ୍ୟକ୍ଷ ଶ୍ବେତ ମଲିକ । କିଛି ଦିନ ପୂର୍ବରୁ ସନି ଦେଓଲ ବିଜେପିରେ ସାମିଲ ହୋଇଥିଲେ । ନାମାଙ୍କନ ପତ୍ର ଦାଖଲ ପୂର୍ବରୁ  କେତେକ ସମର୍ଥକଙ୍କ ସହ ଅମୃତସରର ଶ୍ରୀ ହରମନ୍ଦିର ସାହିବରେ ପହଞ୍ଚି ଆର୍ଶୀବାଦ ଭିକ୍ଷା କରିଥିଲେ ସେ । ଏହା ପରେ ସେ ଅମୃତସର ସ୍ଥିତ ଶ୍ରୀ ଦୁର୍ଗ୍ୟଣା ତୀର୍ଥର ଦର୍ଶନ କରି ରୋଡ ସୋରେ ବାହାରିଥିଲେ । ଏଠାରେ ସୂଚନା ଥାଉକି ରବିବାର ସନି ଦେଓଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦିଲ୍ଲୀରେ ସାକ୍ଷାତ କରିଥିଲେ । ଏହି ଆସନରେ ପଞ୍ଜାବ କଂଗ୍ରେସର ସଭାପତି ତଥା ଗୁରଦାସପୁରର ସାଂସଦ ସୁନୀଲ ଜାଖଡଙ୍କ ସହ ସନି ଦେଓଲଙ୍କ ଟକ୍କର ହେବ ।