ଓଡିଆନ୍ ନ୍ୟୁଜ

178

ବିଜେଡ଼ିର ଜନ ସଂପର୍କ ପଦଯାତ୍ରା, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Team Odian News |

ବିଜେଡ଼ିର ଜନ ସଂପର୍କ ପଦଯାତ୍ରା,  ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର୨/୧୦(ଓଡ଼ିଆନ୍‍ ନ୍ୟୁଜ୍‍ ): ଆଜିଠାରୁ ଆରମ୍ଭ ହୋଇଛି ବିଜେଡ଼ିର ଜନ ସଂପର୍କ ପଦଯାତ୍ରା । ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମହିଷାଖାଲ ବେହେରା ସାହିରୁ ଏହି ପଦଯାତ୍ରାକୁ ଶୁଭାରମ୍ଭ କରିଛନ୍ତି । ରାଜ୍ୟର ଘରେ ଘରେ ଲୋକଙ୍କ ପାଖରେ ପହଁଚି କେନ୍ଦ୍ରୀ ଅବହେଳା ଓ ରାଜ୍ୟ ସରକାରଙ୍କ ସଫଳତାକୁ ବଖାଣିବ ଦଳ । ମୁଖ୍ୟମନ୍ତ୍ରୀ ପ୍ରଥମେ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଉଭୟଙ୍କ ନିକଟରେ ମାଲ୍ୟାର୍ପଣ କରିଥିଲୋ । ଏହା ପରେ ଆୟୋଜିତ ସାଧାରଣ ସଭାରେ ଉଦ୍‌ବୋଧନ ଦେଇଥିଲେ । ଏହି ଅବସରରେ ବିଜେଡ଼ି ସରକାରର ବିଭିନ୍ନ ଲୋକାଭିମୁଖୀ କାର୍ୟ୍ୟକ୍ରମ ଉପରେ ଆଲୋକପାତ କରିଥିଲେ ମୁଖ୍ୟମନ୍ତ୍ରୀ । ଗ୍ରାମାଞ୍ଚଳରେ ପ୍ରତ୍ୟେକ ଜୋନ୍‌ରେ ଓ ସହରାଞ୍ଚଳରେ ପ୍ରତ୍ୟେକ ୱାର୍ଡରେ ପଦଯାତ୍ରା ଆୟୋଜନ କରାଯାଇଛି । ବିଭିନ୍ନ ପର୍ୟ୍ୟବେକ୍ଷକ ଏହି ପଦଯାତ୍ରାକୁ ପରିଚାଳନା କରିବେ । ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ଦେବାରେ ଅବହେଳା, ମହାନଦୀକୁ ନେଇ କେନ୍ଦ୍ରର ଦୋମୁହାଁ ନୀତି, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନକରିବା, ତୈଳ ଦର ବୃଦ୍ଧି ସାଙ୍ଗକୁ ଓଡ଼ିଶାର ଜନହିତକର ଯୋଜନାରେ ଖର୍ଚ୍ଚ କାଟ୍ ପ୍ରସଙ୍ଗକୁ ନେଇ ବିଜେଡ଼ି ପଦଯାତ୍ରାରେ ଲୋକଙ୍କୁ ସଚେତନ କରାଇବ ବିଜେଡ଼ି । ଏହି ଜନ ସଂପର୍କ ପଦଯାତ୍ରା ଗାନ୍ଧୀ ଜୟନ୍ତୀ ଠାରୁ ଜୟପ୍ରକାଶ ଜୟନ୍ତୀ ଯାଏଁ ଚାଲିବ । ମହିଷାଖାଲରେ ଆୟୋଜିତ ପଦଯାତ୍ରା ସମାବେଶରେ ଭୁବନେଶ୍ୱର ସାଂସଦ ପ୍ରଶନ୍ନ ପାଟ୍ଟଶାଣୀ, ମେୟର ଅନନ୍ତ ନାରାୟଣ ଜେନା, ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଓ ଅନ୍ୟ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।