ଓଡିଆନ୍ ନ୍ୟୁଜ

64

ମାସୁଦ ଅଝାର ଅନ୍ତର୍ଜାତୀୟ ଆତଙ୍କବାଦୀ

Team Odian News |

ମାସୁଦ ଅଝାର ଅନ୍ତର୍ଜାତୀୟ ଆତଙ୍କବାଦୀ


ଭୁବନେଶ୍ୱର,୧/୫  (ଓଡ଼ିଆନ ନ୍ୟୁଜ):ପୁଲୱାମା ଆକ୍ରମଣ ମାଷ୍ଟରମାଇଣ୍ଡ ମାସୁଦ ଅଝାରକୁ ଜାତିସଂଘ ଆଜି ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିଛି। ଜମ୍ମୁ-କଶ୍ମୀରର ପୁଲୱାମାରେ  ଜୈସ-ଇ-ମହମ୍ମଦର ଆତ୍ମଘାତୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ ହେବା ପରେ ଭାରତ ତାକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ଲାଗି ଅନ୍ତରାଷ୍ଟ୍ରୀୟ ସ୍ତରରେ ଉଦ୍ୟମ କରି ଆସୁଥିଲା। ମାତ୍ର ଏଥିଲାଗି ଜାତିସଂଘ ସୁରକ୍ଷା ପରିଷଦରେ ବାରମ୍ବାର ଚୀନର ଭେଟୋ ହେତୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷିତ ହୋଇପାରୁ ନ ଥିଲା। ଫେବ୍ରୁଆରି ୧୪ରେ ଜମ୍ମୁକଶ୍ମୀରର ପୁଲୱାମାଠାରେ ସିଆରପିଏଫ୍ ବାହିନୀ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଗତ ତିନି ଦଶକ ମଧ୍ୟରେ ହୋଇଥିବା ସବୁଠାରୁ ବଡ ଆତଙ୍କବାଦୀ ଆକ୍ରମଣ ଥିଲା । ଏଥିରେ ୪୦ ଜଣ ଯବାନ ସହିଦ ହୋଇଥିଲେ। ଜୈଶ୍-ଇ-ମହମ୍ମଦ(ଜେଏମ୍) ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ଲାଗି ନିଜକୁ ଦାୟୀ କରିଥିଲା। ଜେଏମର ମାଷ୍ଟର ମାଇଣ୍ଡ ମାସୁଦ୍ ଅଝାର ଏହାର ସୂତ୍ରଧର ବୋଲି ପ୍ରମାଣ ମିଳିଥିଲା । ଏହାପରେ ଫେବ୍ରୁଆରି ୨୪ରେ ଭାରତୀୟ ବାୟୁସେନା ସର୍ଜିକାଲ ଷ୍ଟ୍ରାଇକ କରି ଜେଏମର ସବୁଠାରୁ ବଡ଼ ପ୍ରଶିକ୍ଷଣ ଶିବିରକୁ ଉଡାଇ ଦେଇଥିଲା। ଏହାପରେ ଭାରତ ପକ୍ଷରୁ ଜୈଶ୍-ଇ-ମହମ୍ମଦ ମୁଖ୍ୟ ମାସୁଦ୍ ଅଝାର ପାକିସ୍ତାନରେ ଲୁଚିଛି ଓ ତାକୁ ଧରିବା ଲାଗି ପାକିସ୍ତାନ ଉପରେ ଆନ୍ତର୍ଜାତିକ ଚାପ ପକାଇଥିଲା ଭାରତ।