ଓଡିଆନ୍ ନ୍ୟୁଜ

124

କେଦାରନାଥ ପରେ ବଦ୍ରିନାଥଙ୍କ ଦର୍ଶନ କଲେ ମୋଦି

Team Odian News |

କେଦାରନାଥ ପରେ ବଦ୍ରିନାଥଙ୍କ ଦର୍ଶନ କଲେ ମୋଦି
ନୂଆଦିଲ୍ଲୀ୧୯/୫(ଓଡ଼ିଆନ୍‍ ନ୍ୟୁଜ୍‍):କେଦାରନାଥରେ ଗୋଟିଏ ରାତି ଧ୍ୟାନମୁଦ୍ରାରେ ବସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବଦ୍ରିନାଥ ଦର୍ଶନ କରିଛନ୍ତି। ସେଠାରେ ପହଞ୍ଚିବା ପରେ ତାଙ୍କୁ ଅପେକ୍ଷା କରିଥିବା ହଜାର ହଜାର ଭକ୍ତଙ୍କୁ ହାତ ହଲାଇ ସ୍ୱାଗତ କରିବା ପରେ ଭିତରକୁ ଯାଇଥିଲେ। ମନ୍ଦିରର ପୂଜକ ପ୍ରଧନାମନ୍ତ୍ରୀଙ୍କୁ ପାଛୋଟି ଭିତରକୁ ନେଇଥିଲେ। ମୋଦି ପାହାଚ ଚଢି ଉପରକୁ ଯାଇଥିଲେ। ସେଠାରେ କିଛି ସମୟ ଛିଡା ହୋଇଥିଲେ। ଯାହାକି ହିମାଳୟର ୧୦,୦୦୦ ଫୁଟ  ଉପରେ ଥିଲା।ମୋଦି ଗେରୁଆ ପୋଷାକରେ କେଦାରନାଥ ଗସ୍ତ କରିଥିଲେ। ହେଲେ ବଦ୍ରିନାଥ ଗିସ୍ତ ବେଳେ ପିନ୍ଧିଥିଲେ ଧଳା କୁର୍ତ୍ତା ଆଉ ହାଲ୍‌କା ବ୍ଲୁ ରଙ୍ଗର ଜ୍ୟାକଟ।

ଦେଶରେ ସାଧାରଣ ନିର୍ବାଚନ ପାଇଁ ଶେଷ ପର‌୍ୟ୍ୟାୟ ମତଦାନ ଆଜି ଶେଷ ହୋଇଯାଇଛି। ସପ୍ତମ ପର‌୍ୟ୍ୟାୟ ମତଦାନ ପାଇଁ ପ୍ରଚାର ସରିବା ପରେ ପ୍ରଧାନମନ୍ତ୍ରୀ ଗତକାଲି କେଦାରନାଥ ଦର୍ଶନରେ ଯାଇଥିଲେ। ସେଠାରେ ଗୋଟିଏ ରାତି କଟାଇବା ପରେ ବଦ୍ରିନାଥ ଦର୍ଶନରେ ଯାଇଥିଲେ। ସେଠାରୁ ଫେରିବା ପରେ ମୋଦି ଇଲେକ୍ସନ କମିଶନରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଦୁଇଦିନ ଏକାନ୍ତ ସମୟ ବିତାଇବା ପାଇଁ ଇସି ଅନୁମତି ଦେଇଥିବାରୁ ସେ କୃତଜ୍ଞ ବୋଲି କହିଥିଲେ।