ଓଡିଆନ୍ ନ୍ୟୁଜ

128

ରିପବ୍ଲିକ୍ ଟିଭି- ସି-ଭୋଟର ଏକ୍‌ଜିଟ୍ ପୋଲ ; ଓଡ଼ିଶାରେ୧୧ଟି ଆସନରେ ଜିତିବା ସମ୍ଭାବନା

Team Odian News |

ରିପବ୍ଲିକ୍ ଟିଭି- ସି-ଭୋଟର ଏକ୍‌ଜିଟ୍ ପୋଲ ; ଓଡ଼ିଶାରେ୧୧ଟି ଆସନରେ ଜିତିବା ସମ୍ଭାବନା 
ଭୁବନେଶ୍ୱର୧୯/୫(ଓଡ଼ିଆନ୍‍ ନ୍ୟୁଜ୍‍) : ଓଡ଼ିଶାରେ ବିଜେଡିକୁ ବଡ଼ ଘାଟା। ରିପବ୍ଲିକ୍ ସି-ଭୋଟର ଏକ୍‌ଜିଟ୍ ପୋଲ ସର୍ଭେ ଅନୁସାରେ ବିଜେଡି ଗତଥର ୨୦ଟି ଆସନରେ ବିଜୟୀ ହୋଇଥିବା ବେଳେ ଏଥର ସର୍ବାଧିକ ୧୧ଟି ଆସନରେ ଜିତିବା ସମ୍ଭାବନା ରହିଛି।ତେବେ ବିଜେପି ବୃହତ ସଫଳତା ହାସଲ କରିବ। ଦଳ ୧୦ଟି ଲୋକସଭା ଆସନରେ ଜିତିବା ପୂର୍ବାନୁମାନ କରାଯାଇଛି।  କଂଗ୍ରେସକୁ ପୁଣି ନିରାଶ ହେବାକୁ ପଡିବ। ୨୦୧୪ ଭଳି ଏଥର ମଧ୍ୟ ଦଳ ରାଜ୍ୟରେ ଖାତା ଖୋଲିପାରିବ ନାହିଁ ବୋଲି ରିପବ୍ଲିକ୍ ଟିଭି- ସି-ଭୋଟର ଏକ୍‌ଡିଟ୍ ପୋଲ ଆକଳନରୁ ସ୍ପଷ୍ଟ ହେଉଛି।