ଓଡିଆନ୍ ନ୍ୟୁଜ

191

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଏବେ ସୁରୁଖୁରୁରେ ଆଗେଇ ଚାଲିଛି

Team Odian News |

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଏବେ ସୁରୁଖୁରୁରେ ଆଗେଇ ଚାଲିଛି
ପୁରୀ୧୯/୫(ଓଡ଼ିଆନ୍‍ ନ୍ୟୁଜ୍‍)  : ବାତ୍ୟା ଫୋନି ଯୋଗୁଁ ପ୍ରାରମ୍ଭିକ ପର୍ଯ୍ୟାୟରେ ବାଧା ସତ୍ତ୍ୱେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଏବେ ସୁରୁଖୁରୁରେ ଆଗେଇ ଚାଲିଛି। ବିଜୁଳି ନଥିବାରୁ  ବଡ଼ ବଡ଼ କାଠ କଟାଯିବାରେ ଅସୁବିଧା ହୋଇଥିଲା। ତେବେ ବିଦ୍ୟୁତ୍‌ ଆସିବା ପରେ ରଥ ନିର୍ମାଣ କାଅର୍ଯ୍ୟ ଦ୍ରୁତଗତିରେ ଚାଲିଛି।

ରୂପକାର ସେବକମାନେ ବି ରଥର ସୌନ୍ଦର୍ଯ୍ୟକରଣ କାମରେ ଲାଗି ପଡ଼ିଛନ୍ତି। ରଥଖଳାକୁ ବିଦ୍ୟୁତ୍‌ ସଂଯୋଗ ସ୍ୱାଭାବିକ୍‌ ହେବାପରେ ଦ୍ରୁତଗତିରେ କାମ ଆଗେଇ ଚାଲିଛି ରଥ କାମ। ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ୯ଟି ତୁମ୍ବ ଓ ବିନ୍ଧ କାର୍ଯ୍ୟ ସରିଥିବା ବେଳେ ତାଳଧ୍ୱଜ ରଥର ୬ଟି ଏବଂ ଦେବଦଳନ ରଥର ୫ଟି ତୁମ୍ବ ଓ ବିନ୍ଧ କାର୍ଯ୍ୟ ଶେଷ ହୋଇଛି।ସେପଟେ ଶୁକ୍ରବାର ନୃସିଂହ ଚତୁର୍ଦ୍ଦଶୀରୁ ତିନି ରଥର କଣଗୁଜ କାର୍ଯ୍ୟ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଭୋଇ ସେବାୟତମାନେ ତିନି ରଥର ମହାରଣାମାନଙ୍କୁ କାଠ ଯୋଗାଉଥିବା ବେଳେ ତିନି ରଥ ପାଇଁ ଦୁଇ ଦୁଇଟି ଚକ ଓ ଅଖ ପାଇଁ ଅର ବାଡେଇବା କାର୍ଯ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।