ଓଡିଆନ୍ ନ୍ୟୁଜ

185

କିଏ ଗଢ଼ିବ ସରକାର : ଏକଜିଟ୍‌ ପୋଲ୍‌ ଫଳାଫଳ

Team Odian News |

କିଏ ଗଢ଼ିବ ସରକାର : ଏକଜିଟ୍‌ ପୋଲ୍‌ ଫଳାଫଳ
ନୂଆଦିଲ୍ଲୀ,୧୯/୫(ଓଡ଼ିଆନ୍‍ ନ୍ୟୁଜ୍‍) : ଶେଷ ହୋଇଛି ୭ଟି ଯାକ ପର୍ଯ୍ୟାୟର ନିର୍ବାଚନ। ଏବେ ଇଭିଏମ୍‌ରେ ସିଲ୍‌ ହୋଇଯାଇଛି ଦେଶର ସବୁ ରାଜନେତାଙ୍କ ଭାଗ୍ୟ। ଆସନ୍ତା ୨୩ ତାରିଖରେ ଇଭିଏମ ଖୋଲିବା ସହ ଫଳାଫଳ ପ୍ରକାଶ ପାଇବ। ବିଜେପି ନେତୃତ୍ୱରେ ଏନ୍‌ଡିଏ ପୁଣି କ୍ଷମତାକୁ ଫେରିବ ନା କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସମସ୍ତଙ୍କୁ ଜଳକା କରି କେନ୍ଦ୍ରରେ ସରକାର ଗଠନ କରିବାକୁ ସକ୍ଷମ ହେବ, ତାହା ଜାଣିବାକୁ ଦେଶବ୍ୟାପୀ ଉତ୍କଣ୍ଠା ରହିଛି। ଜନତା ଜନାର୍ଦ୍ଦନ ନେଇଥିବା ନିଷ୍ପତ୍ତି ଆସନ୍ତା ୨୩ ତାରିଖରେ ସାମ୍ନାକୁ ଆସିବ।

ଦେଶର ସମସ୍ତ ୫୪୨ ଲୋକସଭା ଆସନ ସହ ୩ଟି ରାଜ୍ୟ- ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ଗୁରୁବାର ସାମ୍ନାକୁ ଆସିବ। ହେଲେ ଏହା ପୂର୍ବରୁ ବିଭିନ୍ନ ସର୍ଭେ ସଂସ୍ଥା ପକ୍ଷରୁ ବୁଥ-ବାହୁଡ଼ା ଫଳାଫଳ ବା ‘ଏକଜିଟ୍‌ ପୋଲ୍‌’ ରେଜଲ୍ଟ ପ୍ରକାଶ ପାଇବାରେ ଲାଗିଛି।