ଓଡିଆନ୍ ନ୍ୟୁଜ

103

କଟକ-ଭୁବନେଶ୍ୱର ଭିତର ଦେଇ ଯାଇଥିବାNHରେ ୫ଟି ବ୍ଲାକସ୍ପଟ୍ ଚିହ୍ନଟ

Team Odian News |

କଟକ-ଭୁବନେଶ୍ୱର ଭିତର ଦେଇ ଯାଇଥିବାNHରେ ୫ଟି ବ୍ଲାକସ୍ପଟ୍ ଚିହ୍ନଟ
ଭୁବନେଶ୍ୱର,୨୮/୫(ଓଡ଼ିଆନ୍‍ ନ୍ୟୁଜ୍‍):କଟକ ଓ ଭୁବନେଶ୍ୱର ଦେଇ ଯାଇଥିବା ଜାତୀୟ ରାଜପଥରେ ଦୁର୍ଘଟଣା ପ୍ରବଣ ସ୍ଥାନ ବା ବ୍ଲାକ୍ ସ୍ପଟ୍ ଚିହ୍ନଟ କରିଛି ଟ୍ରାଫିକ୍‌ ପୁଲିସ। ଜାତୀୟ ରାଜପଥର ୫ଟି ବ୍ଲାକସ୍ପଟ୍ ଚିହ୍ନଟ କରାଯାଇଛି।

ଭୁବନେଶ୍ୱରରୁ ଖୋର୍ଦ୍ଧା ରାସ୍ତାର ବାଟଭୁଆସୁଣୀ, ଖଣ୍ଡଗିରି ନିକଟ ଆଇଗିଣିଆ, ପାହାଳ, ଆଚାର୍ଯ୍ୟ ବିହାର ଓଭର ବ୍ରିଜ୍ ଓ ନୟାପଲ୍ଲୀ ସିଦ୍ଧାର୍ଥ ହୋଟେଲ ସମ୍ମୁଖ ଜାତୀୟ ରାଜପଥକୁ ଅତ୍ୟଧିକ ଦୁର୍ଘଟଣା ପ୍ରବଣ ସ୍ଥାନ ଭାବେ ଚିହ୍ନଟ କରାଯାଇଛି।ଗତ କିଛିଦିନ ଭିତରେ ଭୁବନେଶ୍ୱରରେ ଏକାଧିକ ଦୁର୍ଘଟଣା ହେବା ପରେ ବ୍ଲାକସ୍ପଟ୍‌ ଚିହ୍ନଟ କରିବା ଲାଗି ପୁଲିସ୍‌ କମିଶନର ଟ୍ରାଫିକ୍‌ ପୁଲିକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ବ୍ଲାକସ୍ପଟ ଚିହ୍ନଟ କରାଯାଇଛି। ଏବେ ଏହିସବୁ ସ୍ଥାନରେ ଗାଡ଼ିର ବେଗ କମାଇବା ଲାଗି ରୋଡ୍ ବ୍ୟାରିଅର ଲଗାଯିବ।

ତେବେ ରାତି ୯ଟା ପରେ ରୋଡ୍ ବ୍ୟାରିଅର କାଢ଼ି ଦିଆଯିବ ବୋଲି କମିଶନରେଟ ପୁଲିସ କହିଛି। ଏହା ବ୍ୟତୀତ ଦୁର୍ଘଟଣା ପ୍ରବଣ ସ୍ଥାନ ଓ ଦୁର୍ଘଟଣା ରୋକିବା ନେଇ ଲୋକଙ୍କୁ ଅଧିକରୁ ଅଧିକ ସଚେତନ କରାଯିବ ବୋଲି ପୁଲିସ କହିଛି।